ମଣିପୁରରେ ରାଷ୍ଟ୍ରପତି ଶାସନକୁ ଛଅ ମାସ ପାଇଁ ବୃଦ୍ଧି କରିବା ପ୍ରସ୍ତାବ ଗୃହୀତ
ନୂଆଦିଲ୍ଲୀ, ଜୁଲାଇ ୩୦ (ହି.ସ.)- ବୁଧବାର ଲୋକସଭା ଏକ ସଂକ୍ଷିପ୍ତ ଆଲୋଚନା ପରେ ମଣିପୁରରେ ରାଷ୍ଟ୍ରପତି ଶାସନକୁ ଆଉ ଛଅ ମାସ ପାଇଁ ବୃଦ୍ଧି କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଫେବୃଆରୀ ୧୩ ରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା ଏବଂ ଏବେ ସଂସଦର ଅନୁମୋଦନ ପରେ, ଏହାକୁ ଅଗଷ୍ଟ ୧୩ ପରେ ଛ
ମଣିପୁରରେ ରାଷ୍ଟ୍ରପତି ଶାସନକୁ ଛଅ ମାସ ପାଇଁ ବୃଦ୍ଧି କରିବା ପ୍ରସ୍ତାବ ଗୃହୀତ


ନୂଆଦିଲ୍ଲୀ, ଜୁଲାଇ ୩୦ (ହି.ସ.)- ବୁଧବାର ଲୋକସଭା ଏକ ସଂକ୍ଷିପ୍ତ ଆଲୋଚନା ପରେ ମଣିପୁରରେ ରାଷ୍ଟ୍ରପତି ଶାସନକୁ ଆଉ ଛଅ ମାସ ପାଇଁ ବୃଦ୍ଧି କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଫେବୃଆରୀ ୧୩ ରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା ଏବଂ ଏବେ ସଂସଦର ଅନୁମୋଦନ ପରେ, ଏହାକୁ ଅଗଷ୍ଟ ୧୩ ପରେ ଛଅ ମାସ ପାଇଁ ବୃଦ୍ଧି କରାଯାଇପାରିବ।

ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ମଣିପୁର ସହ ଜଡିତ ସାମ୍ବିଧାନିକ ପ୍ରସ୍ତାବକୁ ଗୃହରେ ଉପସ୍ଥାପନ କରିବାକୁ ଏବଂ ମଣିପୁର ଉପରେ ଏକ ସଂକ୍ଷିପ୍ତ ଆଲୋଚନା କରିବାକୁ ଅନୁମତି ଦେଇଛନ୍ତି। ସେ ଗୃହକୁ କହିଥିଲେ ଯେ ଏପ୍ରିଲ ୨ ରେ, ଗୃହ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ସମ୍ମତି ପ୍ରଦାନ କରିଛି। ସମ୍ବିଧାନର ଧାରା ୩୫୬ ଅନୁଯାୟୀ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନକୁ ଆଉ ଛଅ ମାସ ପାଇଁ ବୃଦ୍ଧି କରିବା ପାଇଁ ସଂସଦର ଅନୁମୋଦନ ଆବଶ୍ୟକ।

ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଲୋକସଭାରେ ମଣିପୁର ସହ ଜଡିତ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏକ ସଂକ୍ଷିପ୍ତ ଆଲୋଚନା ପରେ ସେ କହିଥିଲେ ଯେ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ରାଷ୍ଟ୍ରପତି ଶାସନକୁ ବୃଦ୍ଧି କରିବା ଆବଶ୍ୟକ। ସେ କହିଛନ୍ତି ଯେ ହାଇକୋର୍ଟ ଦ୍ୱାରା ସଂରକ୍ଷଣ ସମ୍ପର୍କିତ ନିଷ୍ପତି ପରେ ବ୍ୟାପିଥିବା ଜାତିଗତ ହିଂସାକୁ ଧର୍ମ ସହିତ ଯୋଡିବା ଠିକ୍ ନୁହେଁ। ରାଷ୍ଟ୍ରପତି ଶାସନର ଗତ ଚାରି ମାସ ମଧ୍ୟରେ କେବଳ ଗୋଟିଏ ହିଂସା ଘଟଣା ଘଟିଛି ଏବଂ ଏଥିରେ କେବଳ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ରାୟ କହିଛନ୍ତି ଯେ ସରକାର ଶାନ୍ତି ଫେରାଇ ଆଣିବା ପାଇଁ ପ୍ରୟାସ କରୁଛନ୍ତି। ଉଭୟ ସମ୍ପ୍ରଦାୟ ସହିତ ଆଲୋଚନା କରାଯାଉଛି। ଏହା ବ୍ୟତୀତ, ରାୟ ଉତର-ପୂର୍ବର ବିକାଶ ପାଇଁ ତାଙ୍କ ସରକାର କରିଥିବା ପ୍ରୟାସ ବିଷୟରେ ସୂଚନା ଦେଇଥିଲେ।

---------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande