ଆରଆଇ ଅମିନ ପ୍ରିଲିମ ପରୀକ୍ଷା ବାତିଲ
ଭୁବନେଶ୍ୱର, ୩୦ ଜୁଲାଇ (ହି.ସ)- ଆରଆଇ,ଏଆରଆଇ, ଅମିନ, ଆଇସିଡିଏସ୍‌, ଏସଏଫଏସ୍ ପ୍ରିଲିମ୍ ପରୀକ୍ଷା ବାତିଲ୍ ହୋଇଛି। ଓଏସଏସଏସସି ପରୀକ୍ଷା ବାତିଲ କରିଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଏଜି ପୀତାମ୍ବର ଆଚାର୍ଯ୍ୟ। ଏହାସହ ଅଗଷ୍ଟ ୧ରୁ ସେପ୍େଟମ୍ବର ୬ ପର୍ଯ୍ୟନ୍ତ ହେବାକୁ ଥିବା ମେନ୍ ପରୀକ୍ଷା ବି
ଆରଆଇ ଅମିନ ପ୍ରିଲିମ ପରୀକ୍ଷା ବାତିଲ


ଭୁବନେଶ୍ୱର, ୩୦ ଜୁଲାଇ (ହି.ସ)- ଆରଆଇ,ଏଆରଆଇ, ଅମିନ, ଆଇସିଡିଏସ୍‌, ଏସଏଫଏସ୍ ପ୍ରିଲିମ୍ ପରୀକ୍ଷା ବାତିଲ୍ ହୋଇଛି। ଓଏସଏସଏସସି ପରୀକ୍ଷା ବାତିଲ କରିଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଏଜି ପୀତାମ୍ବର ଆଚାର୍ଯ୍ୟ। ଏହାସହ ଅଗଷ୍ଟ ୧ରୁ ସେପ୍େଟମ୍ବର ୬ ପର୍ଯ୍ୟନ୍ତ ହେବାକୁ ଥିବା ମେନ୍ ପରୀକ୍ଷା ବି ବାତିଲ ହୋଇଛି। ୧୪ ଦିନ ଭିତରେ ସାନି ପରୀକ୍ଷା ନେଇ କମିଶନ ବିଜ୍ଞପ୍ତି ପ୍ରକାଶ କରିବେ । କିନ୍ତୁ ପରୀକ୍ଷାର୍ଥୀଙ୍କୁ ଆଉ ସାନି ଆବେଦନ କରିବାକୁ ପଡ଼ିବନି, ସମସ୍ତଙ୍କୁ ପରୀକ୍ଷା ସୁଯୋଗ ମିଳିବ। ପ୍ରିଲିମ୍ ରେ ତ୍ରୁଟି ଅଭିଯୋଗ ପରେ ସମସ୍ତଙ୍କୁ ପାସ୍ କରାଯାଇଥିଲା। ମାତ୍ର ଏହା ପ୍ରକାଶିତ ବିଜ୍ଞପ୍ତି ନିୟମ ଉଲ୍ଲଙ୍ଘନ ବୋଲି ପିଟିସନ୍ ହୋଇଥିଲା। ଭ୍ୟାକେନ୍ସି ପୋଷ୍ଟର ୫ ଗୁଣା ମେନ୍ ପରୀକ୍ଷା ଦେଇପାରିବେ ଉଲ୍ଲେଖ ଥିଲା। ମାତ୍ର ସମସ୍ତଙ୍କୁ ମେନ୍ ପରୀକ୍ଷା ସୁଯୋଗ ଦିଆଯିବାରୁ ମାମଲା କୋର୍ଟକୁ ଆସିଥିଲା। ଶେଷରେ ହେବାକୁ ଥିବା କମ୍ବାଇଣ୍ଡ ରିକ୍ରୁଟମେଂଟ ପରୀକ୍ଷା ବାତିଲ ହେଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande