ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ୨୦୨୫ ଅନୁଷ୍ଠିତ
ସୁବର୍ଣ୍ଣପୁର, ୩୦ ଜୁଲାଇ(ହି.ସ.) – ଆଜି ଅପରାହ୍ନ ୪.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ,ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞ୍ଜଳିନା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋ
ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ୨୦୨୫ ଅନୁଷ୍ଠିତ ।


ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ୨୦୨୫ ଅନୁଷ୍ଠିତ ।


ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ୨୦୨୫ ଅନୁଷ୍ଠିତ ।


ସୁବର୍ଣ୍ଣପୁର, ୩୦ ଜୁଲାଇ(ହି.ସ.) – ଆଜି ଅପରାହ୍ନ ୪.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ,ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞ୍ଜଳିନା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି କମିଟି ବୈଠକରେ ଆଂଚଳିକ ପରିବହନ ଅଧିକାରୀ, ସୁବର୍ଣ୍ଣପୁର, ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ର ସମସ୍ତ ସଦସ୍ୟା, ଜିଲ୍ଲାସ୍ତରୀୟ ଅଧିକାରୀ ବୃନ୍ଦ, ଟ୍ରକ୍ ମାଲିକ ସଂଘ, ଓ ପ୍ରାଇଭେଟ୍ ବସ ମାଲିକ ସଂଘର ସଭାପତି ଦ୍ୱୟ,ରାସ୍ତା ସୁରକ୍ଷା ସ୍ୱେଚ୍ଛାସେବୀ ବୃନ୍ଦ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ। ଆଂଚଳିକ ପରିବହନ ଅଧିକାରୀ, ସୁବର୍ଣ୍ଣପୁର ଗତ ତିନି ବର୍ଷରେ ସୁବର୍ଣ୍ଣପୁର ଜିଲ୍ଲା ରେ ଘଟିଥିବା ସଡ଼କ ଦୁର୍ଘଟଣା ଉପରେ ତୁଳନାତ୍ମକ ବିବରଣୀ ଉପସ୍ଥାପନ ପୂର୍ବକ ଜିଲ୍ଲା ରେ ଥିବା ଦୁର୍ଘଟଣା ପ୍ରବଣ ସ୍ଥାନ ବା ବ୍ଲାକ ସ୍ପଟ୍ ବିଷୟ ରେ ଜଣାଇବା ସହିତ ଜିଲ୍ଲା ପ୍ରଶାସନ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଯୋଜନା ଉପରେ ଅବଗତ କରିଥିଲେ ଓ ସଡ଼କ ସୁରକ୍ଷା ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ଏହି ଅବସରରେ ସେ ପ୍ରକାଶ କଲେ ଯେ, ମୋଟର ଯାନ ନିୟମ ଉଲ୍ଲଘଂନକାରୀ ଗାଡ଼ି ଚାଳକ ମାନଙ୍କ ଠାରୁ ଜୁନ ମାସରେ ସର୍ବମୋଟ ୧୩୫ ଗୋଟି ଚାଲାଣ କଟାଯାଇଥିଲା ।ତନ୍ମଧ୍ୟରୁ ୪୩ ଗୋଟି ଚାଲାଣର ଫାଏସଲା ହୋଇ ସର୍ବମୋଟ ଟ. ୧୧,୨୬,୦୦୦.୦୦ ଙ୍କା ଫାଇନ ବାବଦକୁ ଆଦାୟ ହୋଇଛି। ଅବଶିଷ୍ଟ ୯୨ ଗୋଟି ଚାଲାଣ ଫାଏସଲା ହୋଇନାହିଁ ଏବଂ ଏହି ଚାଲାଣ ବାବଦକୁ ଟ.୫,୮୭,୮୬୦.୦୦ ଫାଇନ ଆଦାୟ କରିବାକୁ ବାକି ଅଛି। ସେ ଆହୁରି ପ୍ରକାଶ କଲେ ଯେ, ଗତ ଜାନୁୟାରୀ ୨୦୨୫ ରୁ ଜୁନ ୨୦୨୫ ମଧ୍ୟରେ ମୋଟର ଯାନ ଆଇନ ଉଲ୍ଲଙ୍ଘନ ପାଇଁ ୨୯୨ ଜଣ ଉଭୟ ମୋଟର ସାଇକେଲ ଓ ଗାଡ଼ି ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ଏହି ପରିପ୍ରେକ୍ଷୀରେ ୧୦(ଦଶ) ଜଣ ସଡ଼କ ସୁରକ୍ଷା ସ୍ୱେଚ୍ଛାସେବୀଙ୍କୁ ସଡ଼କ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଓ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଜୀବନ ରକ୍ଷା କରିଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ରେ ଆର୍ôଥକ ପୁରସ୍କାର ସହିତ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande