ବଲାଙ୍ଗୀର, ୩୦ ଜୁଲାଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍.ଏ.ସିର ୫ ନମ୍ବର ୱାର୍ଡ ସ୍ଥିତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦ୍ୱିତୀୟ ପିତା ମାତା ଅଭିଭାବକ ଶିକ୍ଷକ ସଂଘ ତଥା ବିଦ୍ୟାଳୟ ପରିଚାଳନା ସମିତିର ବୈଠକ ଅସ୍ଥାୟୀ ସଭାପତି ଟୁକୁମଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଚଳିତ ବୈଠକର ଏଜେଣ୍ଡା ଉପରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଛାତ୍ରୀ ସ୍ନେହା କୁମ୍ଭାର, ସ୍ୱାତୀ ମହାନନ୍ଦ ଓ ରେଶ୍ମା ନାଏକ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଶେଷରେ ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ରଞ୍ଜିତା ନାଗ, ବିନ୍ଦୁ ମାହାଣା ଓ ଆକାଂକ୍ଷା ରାଣୀ ଯୋଶୀ ସହଯୋଗ କରିଥିଲେ। ଉକ୍ତ ବୈଠକରେ ୭୦ ଜଣ ଅଭିଭାବକ, ଅଭିଭାବିକା, ପରିଚାଳନା ସମିତି ସଦସ୍ୟ,ସଦସ୍ୟା ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ଅଭିଭାବକ ମାନଙ୍କ ତରଫରୁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବହାର ଉପଯୋଗୀ ଉନ୍ନତ ମାନର ପାଇଖାନା ଯୋଗାଇଦେବା, ବିଦ୍ୟାଳୟ ଚତୁଃପାର୍ଶ୍ୱରେ ସ୍ଥାୟୀ ପାଚେରୀ ନିର୍ମାଣ କରିବା ଓ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବେଂଚ ଡେକ୍ସର ବ୍ୟବସ୍ଥା କରିବାକୁ ଗଠନ ମୂଳକ ପ୍ରସ୍ତାବ ଗୁଡିକ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ