ବ୍ରାଉନ ସୁଗାର କବଳରେ ଯୁବ ପିଢ଼ି
ଧର୍ମଶାଳା, ୩୦ ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅଂଚଳରେ ଦିନକୁ ଦିନ ଡ୍ରଗ୍ସ କାରବାର ଓ ନିଶାଡିଙ୍କ ସଂଖ୍ୟା ବୃଦ୍ଧି ପାଇବରେ ଲାଗିଛି । ଏନେଇ ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପଉଥିଲେ ହେଁ ଏହା କମିବାର ନା ଧରୁ ନାହିଁ । ଆଜି ଧର୍ମଶାଳା ତାନା ମିର୍ଜାପୁର ପଂଚାୟତ ଅରଙ୍ଗାବାଦରେ ଏଭଳି ଏକ
ବ୍ରାଉନ ସୁଗାର କବଳରେ ଯୁବ ପିଢ଼ି


ଧର୍ମଶାଳା, ୩୦ ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅଂଚଳରେ ଦିନକୁ ଦିନ ଡ୍ରଗ୍ସ କାରବାର ଓ ନିଶାଡିଙ୍କ ସଂଖ୍ୟା ବୃଦ୍ଧି ପାଇବରେ ଲାଗିଛି । ଏନେଇ ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପଉଥିଲେ ହେଁ ଏହା କମିବାର ନା ଧରୁ ନାହିଁ । ଆଜି ଧର୍ମଶାଳା ତାନା ମିର୍ଜାପୁର ପଂଚାୟତ ଅରଙ୍ଗାବାଦରେ ଏଭଳି ଏକ ଘଟଣା ସାମନାକୁ ଆସିଛି । ସୂଚନା ଅନୁଯାୟୀ ଅରଙ୍ଗାବାଦ ମନ୍ଦିର ନିକଟରେ ଥିବା ଏକ ଖୋଲା ଘରେ ୩ ଜଣ ଯୁବକ ଡ୍ରଗ୍ସ ନେଉଥିବା ପୁଡିଆରେ ଗୁଡା ହୋଇଥିବା କିଛି ପାଉଡର ଭଳି ସାମଗ୍ରୀ ବ୍ୟବହାର କରୁଥିବା ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଦେଖି ସେମାନଙ୍କୁ ଧରି ପୁଲିସକୁ ଖବର ଦେଇଥିଲେ । ଖବର ପାଇ କୋତପୁର ଫାଣ୍ଡି ଅଧିକାରୀ ପ୍ରେମାନନ୍ଦ ପୃଷ୍ଟି ଅନ୍ୟ କର୍ମଚାରୀମାନଙ୍କ ସହ ସେଠାରେ ପହଁଚି ସ୍ଥିତି ଅନୁଧ୍ୟାନ କରିବା ସହ ସେମାନଙ୍କ ନିକଟରୁ ୭ଟି ଛୋଟ ଛୋଟ ପ୍ୟାକେଟ ଜବତ କରିଥିଲେ । ତେବେ ପୁଲିସ ଏମାନଙ୍କ ଠାରୁ ସନ୍ତୋଷ ଜନକ ଉତର ନପାଇ ଦୁଇ ଜଣ ଯୁବକଙ୍କୁ କାବୁ କରି ଥାନାରେ ଅଟକ ରଖି ପଚରା ଉଚରା କରୁଛି । ସେଠାରେ ୩ଜଣ ଯୁବକ ରହିଥିବା ବେଳେ ଜଣେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଗ୍ରାମାଂଚଳରେ ଯୁବକମାନେ ନିଶା ସେବନର ଶୀକର ହୋଇ ନଷ୍ଟ ଆଡକୁ ଗତି କରୁଥିବା ବେଳେ ପୁଲିସ ଏମାନଙ୍କୁ ସାବଡ କରିବା ଜରୁରୀ ହୋଇପଡିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande