ପ୍ରତିମାସରେ ତୁହାକୁ ତୁହା ଉନ୍ନୟନ କାର୍ଯ୍ୟର ସମୀକ୍ଷା ହେଉଥିବା ବେଳେ ହେଉନାହିଁ ଏହାର ପ୍ରତିଫଳନ
ବୌଦ୍ଧ, ୩୦ ଜୁଲାଇ (ହି.ସ.) - ଗାଁ କୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ରାସ୍ତା ଖରାପ ସାଜିଲା କଂଟା । ଅନ୍ୟଏକ ଉଦାହରଣ ସାଜିଲା ଜିଲା ବିକାଶର ବିକଳ ଚିତ୍ର କୁ ନେଇ । ରାସ୍ତା ଖରାପ ପାଇଁ ୧ କିଲୋମିଟର ବାଟ ଷ୍ଟେଚରରେ ବୁହା ହେଲେ ରୋଗୀ । ଗୋଟିଏ ପଟେ ଚାଲିଛି ପରିଦର୍ଶନ ଓ ସମୀକ୍ଷା , ଅନ୍ୟପଟେ ଗୋଟିଏ
ବୌଦ୍ଧ ଜିଲା ହରିହରପୁର ଗ୍ରାମରେ ରାସ୍ତା ଖରପ ଯୋଗୁଁ ଏକ କିଲୋମିଟର ବୁହାହେଲେ ରୋଗୀ


ବୌଦ୍ଧ ଜିଲା ହରିହରପୁର ଗ୍ରାମରେ ରାସ୍ତା ଖରପ ଯୋଗୁଁ ଏକ କିଲୋମିଟର ବୁହାହେଲେ ରୋଗୀ୧


ବୌଦ୍ଧ, ୩୦ ଜୁଲାଇ (ହି.ସ.) - ଗାଁ କୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ରାସ୍ତା ଖରାପ ସାଜିଲା କଂଟା । ଅନ୍ୟଏକ ଉଦାହରଣ ସାଜିଲା ଜିଲା ବିକାଶର ବିକଳ ଚିତ୍ର କୁ ନେଇ । ରାସ୍ତା ଖରାପ ପାଇଁ ୧ କିଲୋମିଟର ବାଟ ଷ୍ଟେଚରରେ ବୁହା ହେଲେ ରୋଗୀ । ଗୋଟିଏ ପଟେ ଚାଲିଛି ପରିଦର୍ଶନ ଓ ସମୀକ୍ଷା , ଅନ୍ୟପଟେ ଗୋଟିଏ କିଲୋମିଟର ବୁହାହେଲେ ରୋଗୀ । ବୌଦ୍ଧ ଜିଲାରେ ଆଜି ଓଇଝ ଅଧିକାରୀଙ୍କ ଦ୍ୱାରା ଉନ୍ନୟନ କାର୍ଯ୍ୟର ସମୀକ୍ଷା ଚାଲିଥିବା ବେଳେ ରାସ୍ତା ଖରାପ ପାଇଁ ଗୋଟିଏ କିଲୋମିଟର ବାଟ ରୋଗୀଙ୍କୁ ବୁହା ହୋଇ ନିଆଯାଇଛି । ରୋଗୀଙ୍କୁ ବୁହାହେବା ଘଟଣା ବୌଦ୍ଧ ଜିଲ୍ଲା ବିକାଶର ବିକଳ ଚିତ୍ର ପ୍ରଦର୍ଶିତ କରୁଛି । ଅନ୍ୟପକ୍ଷରେ ବୌଦ୍ଧ ଜ଼ିଲ୍ଲା ର ନୋଡାଲ ଅଫିସର ଓଇଝ ଡ଼କ୍ଟର ବିଜୟ କେତନ ଉପାଧ୍ୟାୟ ଚିରାଚରିତ ଢଙ୍ଗରେ ଜିଲାର ବିଭିନ୍ନ ଅଂଚଳ ଗସ୍ତ କରି ଉନ୍ନୟନ କାର୍ଯ୍ୟର ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି ଜ୍ଝ ଅନ୍ୟପଟେ ରାସ୍ତା ଖରାପ ପାଇଁ ୧ କିଲୋମିଟର ବାଟ ଷ୍ଟେଚର ରେ ବୁହା ହୋଇଥିଲେ ରୋଗୀ । ଏଭଳି ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଙ୍କୁଲେଇ ପଂଚାୟତ ଅନ୍ତର୍ଗତ ହରିହରପୁର ଗ୍ରାମରେ ଦେଖିବାକୁ ମିଳିଛି । ରୋଗୀ ଜଣକ ହେଲେ ହରିହରପୁର ଗ୍ରାମର ବିଷ୍ଣୁ ପ୍ରଧାନ । ବିଷ୍ଣୁ ପ୍ରଧାନଙ୍କ ଦେହ ହଠାତ ଅସୁସ୍ଥ ହୋଇପଡିଥିଲା । ପରିବାର ଲୋକେ ଏହା ଦେଖି ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଗାଁ ନିକଟରେ ପହଂଚିଥିଲା । କିନ୍ତୁ ଗାଁ କୁ ଯାଇପାରିନଥିଲା ଆମ୍ବୁଲାନ୍ସ। ରାସ୍ତା ଖରାପ କାରଣ ରୁ ଗାଁ ଠାରୁ ଏକ କିଲୋମିଟର ଦୂର ରେ ଅଟକି ଯାଇଥିଲା ଆମ୍ବୁଲାନ୍ସ । ପରେ ପରିବାର ଲୋକେ ଓ ଆମ୍ବୁଲାନ୍ସ କର୍ମଚାରୀ ମିଶି ଏକ କିଲୋମିଟର ବାଟ ତାଙ୍କୁ ଷ୍ଟେଚର ରେ ବୋହି ଆଣିଥିଲେ କ୍ଷ ଗୁରୁତର ଅବସ୍ଥାରେ ତାଙ୍କୁ ପୁରୁଣାକଟକ ଚିକିତ୍ସାକେନ୍ଦ୍ର ରେ ଭର୍ତି କରାଯାଇଥିଲା । ଅନ୍ୟପଟେ ପ୍ରଶାସନ କିମ୍ବା ସରକାରଙ୍କ ନିଦ୍ରା ଭଙ୍ଗ ହେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ କ୍ଷ ବାରମ୍ବାର ପ୍ରଶାସନ ଓ ସରକାର ଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ଗାଁ କୁ ସବୁଦିନିଆ ପକା ରାସ୍ତା ନିର୍ମାଣ ହୋଇପାରୁନାହିଁ । ବର୍ଷା ଦିନ ଆସିଲେ ଗ୍ରାମବାସୀଙ୍କ ଦୁଃଖ ଓ ଭୟ ବଢିଯାଉଛି କ୍ଷ ବର୍ଷା ଦିନ ଆସିଲେ ପ୍ରତିବର୍ଷ ଏଭଳି ପରିସ୍ଥିତି ଉପୁଜୁଛି ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଜିଲାରେ ପ୍ରତିମାସରେ ନେତା , ମନ୍ତ୍ରୀ , ଅଧିକାରୀଙ୍କ ଦ୍ୱାରା ତୁହାକୁ ତୁହା ଉନ୍ନୟନ କାର୍ଯ୍ୟର ସମୀକ୍ଷା ହେଉଥିବା ବେଳେ ଏହାର ପ୍ରତିଫଳନ ହେଉନଥିବା ବୁଦ୍ଧିଜୀବୀ ମାନେ ମତପ୍ରକାଶ କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସମ୍ପତ କୁମାର ଅଗ୍ରୱାଲା


 rajesh pande