ଶ୍ରୀ ଶ୍ରୀ ଲକ୍ଷ୍ମୀମା'ଙ୍କର ଶୁଭ ଅବିର୍ଭାବ ଦିବସ
ଧର୍ମଶାଳା, ୩୦ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ପରମାରାଧ୍ୟା ଜଗତ ଜନନୀ ଶ୍ରୀ ଶ୍ରୀ ବଡ଼ମା''ଙ୍କ ଶୁଭ ୧୩୨ ତମ ଆବିର୍ଭାବ ଉତ୍ସବ ଧର୍ମଶାଳା ସତସଙ୍ଗ ବିହାର ଆନୁକୂଲ୍ୟରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ସତସଙ୍ଗ ମନ୍ଦିରରେ ଉଷା ବିନତି ପାର୍ଥନା ସହିତ ସଦଗ୍ରନ୍ଥାବଳୀ ପାଠ
ଶ୍ରୀ ଶ୍ରୀ ଲକ୍ଷ୍ମୀମା\'ଙ୍କର ଶୁଭ ଅବିର୍ଭାବ ଦିବସ


ଧର୍ମଶାଳା, ୩୦ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ପରମାରାଧ୍ୟା ଜଗତ ଜନନୀ ଶ୍ରୀ ଶ୍ରୀ ବଡ଼ମା'ଙ୍କ ଶୁଭ ୧୩୨ ତମ ଆବିର୍ଭାବ ଉତ୍ସବ ଧର୍ମଶାଳା ସତସଙ୍ଗ ବିହାର ଆନୁକୂଲ୍ୟରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ସତସଙ୍ଗ ମନ୍ଦିରରେ ଉଷା ବିନତି ପାର୍ଥନା ସହିତ ସଦଗ୍ରନ୍ଥାବଳୀ ପାଠ କରାଯାଇ ସକାଳେ ଶୁଭ ମୁହୂର୍ତରେ ଜଗତ ଜନନୀ ଲକ୍ଷ୍ମୀ ମା' ଙ୍କ ଶୁଭ ଜନ୍ମଲଗ୍ନ ଘୋଷଣା କରାଯାଇ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଠାକୁରଙ୍କ ଧ୍ୱନି ଦେବା ସହିତ ଠାକୁରଙ୍କ ଗ୍ରନ୍ଥ ଆହ୍ୱାନ ବାଣୀ ପାଠ କରାଯାଇ ଗୁରୁଭାଇ, ଗୁରୁମା, ମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଅପରାହ୍ନ ୪ ଘଟିକାରେ ମାତୃ ସମ୍ମୀଳନୀ ଆୟୋଜନ କରାଯାଇ ଲକ୍ଷ୍ମୀ ମାଙ୍କ ଆଦର୍ଶ ଜୀବନୀ ଏବଂ ସମାଜ ପାଇଁ ନାରୀର ଭୂମିକା କିପରୀ ରହିବା ଆବଶ୍ୟକ ଗୁରୁମା' ମାନେ ଆଲୋଚନା କରିଥିଲେ । ସନ୍ଧ୍ୟା ସମୟରେ ବିନତୀ ପ୍ରାର୍ଥନା ପରେ ପରେ ସତସଙ୍ଗ ସଂଗୀତାଞ୍ଜଳି କାର୍ଯ୍ୟକର୍ମ ସହିତ ଋତ୍ୟୁକ ମାନଙ୍କ ଦ୍ୱାରା ଶ୍ରୀ ଶ୍ରୀ ଠାକୁରଙ୍କ ଭାବଧାରା ଉପରେ ଉପରେ ଆଲୋଚନା କରାଯାଇଥିଲା। ଅଜି ମଣିଷ ସମାଜ ସମ୍ପୂର୍ଣ ବିଶୃଙ୍ଖଳିତ ହୋଇ ବିପଥଗାମୀ ହୋଇପଡ଼ିଥିବା ବେଳ ସଦଗୁରୁ ଆଶ୍ରିତ ହୋଇ ତାଙ୍କର ବାଣୀକୁ ଅନୁସରଣ କରି ଚାଲିଲେ ମଣିଷ ସମାଜ ଶୃଙ୍ଖଳିତ ଜୀବନ ଜାପାନ କରିପାରିବ ବୋଲି ମତପ୍ରକାଶ ପାଇଥିଲା । ଏହି ଜନ୍ମ ଉତ୍ସବକୁ ଧର୍ମଶାଳା ଅଞ୍ଚଳର ସତସଙ୍ଗୀ ପ୍ରେମୀ ଭାଇ ଭଉଣୀ ମାନେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande