ବ୍ରାଉନସୁଗାର କାରବାର ଅଭିଯୋଗରେ ୨୧ ଗିରଫ
କେନ୍ଦୁଝର, ୩୧ ଜୁଲାଇ (ହି.ସ.)- ବ୍ରାଉନସୁଗାର ଵିକ୍ରି ଅଭିଯୋଗରେ ୨୧ ଗିରଫ, ନଗଦ ୮ଲକ୍ଷ ୩୦ ହଜାର ଟଙ୍କା ସହ ୨୧୩ ଗ୍ରାମ ବ୍ରାଉନସୁଗାର ଜବତ । ଅଭିଯୁକ୍ତଙ୍କ ନିକଟରୁ ୧୩ଟି ମୋବାଇଲ୍ ଫୋନ୍ ମଧ୍ଯ ଜବତ କରିଛି ପୋଲିସ୍ । ଘଷିପୁରା ଥାନା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ଯମରେ ଏଭଳି ସୂଚନା ଦେଇଛନ୍
21 arrest in Braun sugar case


କେନ୍ଦୁଝର, ୩୧ ଜୁଲାଇ (ହି.ସ.)-

ବ୍ରାଉନସୁଗାର ଵିକ୍ରି ଅଭିଯୋଗରେ ୨୧ ଗିରଫ, ନଗଦ ୮ଲକ୍ଷ ୩୦ ହଜାର ଟଙ୍କା ସହ ୨୧୩ ଗ୍ରାମ ବ୍ରାଉନସୁଗାର ଜବତ । ଅଭିଯୁକ୍ତଙ୍କ ନିକଟରୁ ୧୩ଟି ମୋବାଇଲ୍ ଫୋନ୍ ମଧ୍ଯ ଜବତ କରିଛି ପୋଲିସ୍ । ଘଷିପୁରା ଥାନା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ଯମରେ ଏଭଳି ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲା ଅତିରିକ୍ତ ଏସପି ପ୍ରତ୍ଯୁଷ ମହାପାତ୍ର । ଅଭିଯୁକ୍ତ ମାନଙ୍କ ମଧ୍ଯରେ କେତେକ ଘଷିପୁରା ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ଯକେତେକ ରାମଚନ୍ଦ୍ରପୁର, ଆନନ୍ଦପୁର ଓ ନନ୍ଦିପଦା ଥାନା ଅଞ୍ଚଳର ହୋଇଥିବା ସୂଚନା ମିଳିଛି l ଭଦ୍ରକ ଅଞ୍ଚଳରୁ ଏମାନେ ବ୍ରାଉନସୁଗାର ଆଣି ଆନନ୍ଦପୁର ଅଞ୍ଚଳରେ ଦୀର୍ଘଦିନ ହେଲା ବିକୁଥିଲେ l ଆନନ୍ଦପର ଉପଖଣ୍ଡ ଅଞ୍ଚଳରେ ବଢି ଚାଲିଥିବା ବ୍ରାଉନସୁଗାର କାରବାରକୁ ନେଇ ବିଭିନ୍ନ ମହଲରୁ ପୋଲିସ୍ ନିକଟରେ ହୋଇଆସୁଥିବା ଅଭିଯୋଗକୁ ଆଧାର କରି ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରାଙ୍କ ନେତୃତ୍ବରେ କେତେଗୁଡିଏ ପୋଲସ୍ ଟିମ୍ ଗଠନ କରି ଗତ ଦୁଇ ଦିନର ଚଢଉ ପରେ ଏହି ସଫଳତା ମିଳିଥିବା ଜଣାପଡିଛି । ତେବେ ଆଗକୁ ମଧ୍ଯ ପୋଲିସ୍ ଚଢଉ ଜାରି ରଖିବ ବୋଲି କହିଛନ୍ତି ଅତିରିକ୍ତ ଏସପି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande