ବାନ୍ଧ ପ୍ରସ୍ତୁତି ଲୁଗାବୁଣା ତାଲିମ
ବାନ୍ଧ ପ୍ରସ୍ତୁତି ଲୁଗାବୁଣା ତାଲିମ
ବାନ୍ଧ ପ୍ରସ୍ତୁତି ଲୁଗାବୁଣା ତାଲିମ


ସମ୍ବଲପୁର, ୩୧ ଜୁଲାଇ (ହି.ସ.)

ବାନ୍ଧ ପ୍ରସ୍ତୁତି ହସ୍ତତନ୍ତ୍ର କଳା ପାଇଁ ଜୁଯୁମୁରା ବ୍ଲକ ଅନ୍ତର୍ଗତ ପଡିଆବାହାଲ ନିକଟସ୍ଥ ବଡ଼ତୁରାଙ୍ଗ ଗ୍ରାମ ହେବ ପ୍ରସିଦ୍ଧ। ସମ୍ବଲପୁରୀ ଲୁଗାବୁଣାରେ ଏକଦା ସମ୍ବଲପୁର ଜିଲ୍ଲାରେ ପ୍ରସିଦ୍ଧି ଲାଭ କରିଥିବା ଏହି ଗ୍ରାମରେ ଆଜି ବାନ୍ଧ ପ୍ରସ୍ତୁତି ଲୁଗାବୁଣା ତାଲିମ ଉଦଘାଟନ ଉତ୍ସବରେ ବକ୍ତା ମାନେ ଏଭଳି ଆଶା ଦେଇ ପ୍ରଶିକ୍ଷାର୍ଥୀ ମନରେ ନୁଆଁ ଉତ୍ସାହ ଓ ପ୍ରେରଣା ଦେଇଛନ୍ତି।ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ଯୋଜନା (ପିଓଏଚଆଇ)୨୦୨୫-୨୬ ମାଧ୍ୟମରେ ବାନ୍ଧକଳାର ଦକ୍ଷତା ବୃଦ୍ଧି ପାଇଁ ଏହି ପ୍ରଶିକ୍ଷଣ ଶିବିର ଆସନ୍ତା ୪ ମାସ ଧରି ଅନୁଷ୍ଠିତ ହେବ।ଆଜି ଏହି ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବଡ଼ତୁରାଙ୍ଗ ଗ୍ରାମରେ ଅପରାହ୍ନରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ଟେକ୍ସଟାଇଲ ଯୁଗ୍ମ ନିର୍ଦ୍ଦେଶକ ପ୍ରସନ୍ନ କୁମାର ଗନ୍ତାୟତ, ନିଯୁକ୍ତି ବିଭାଗ ଡେପୁଟି ଡାଇରେକ୍ଟର ଶଙ୍କର ଚରଣ ମୁର୍ମୁ, ବରଗଡ଼ ଜିଲ୍ଲା ଟେକ୍ସଟାଇଲ ଯୁଗ୍ମ ନିର୍ଦ୍ଦେଶକ ହୃଷିକେଶ ମହାଳିକ, ସମ୍ବଲପୁର ଓରମାସ ମୁଖ୍ୟ ଶ୍ରୀମନ୍ତ ହୋତା, ବାହାମ ସରପଞ୍ଚ ଶ୍ରୀମତୀ ସରସ୍ୱତୀ ଭୋସାଗର ଓ ବରିଷ୍ଠ ବିଜେପି ନେତ୍ରୀ ସସ୍ମିତା ଦେହୁରୀ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହିତ ସମ୍ବଲପୁରୀ ହସ୍ତ ତନ୍ତ୍ର ଶିଳ୍ପରେ ଗ୍ରାମର ଭୂମିକା ଓ ପ୍ରସିଦ୍ଧି ପାଇଁ ମହିଳା ମାନଙ୍କ ଉତ୍ସାହକୁ ପ୍ରଶଂସା କରିଥିଲେ।ସୂଚନା ଯୋଗ୍ୟଯେ ବିକାଶ ଫାଉଣ୍ଡେସନ ପକ୍ଷରୁ ଶ୍ରୀମତୀ ମୃଦଳା ପ୍ରଧାନ ଗତ ୨ ବର୍ଷ ତଳେ ଏହାର ମଞ୍ଜି ବୁଣି ଗ୍ରାମର ପ୍ରାୟ ୪୦ ଭାଗ ମହିଳାଙ୍କୁ ବାନ୍ଧ ପ୍ରସ୍ତୁତି ଲୁଗାବୁଣା କାର୍ଯ୍ୟରେ ଆଗେଇ ନେଇଥିବା ବେଳେ ଓଡିଶା ସରକାରଙ୍କ ପକ୍ଷରୁ ଆଜି ୪ ର୍ଥ ଏକ ଗୁପକୁ ହସ୍ତତନ୍ତ୍ର ଶିଳ୍ପ ପ୍ରୋତ୍ସାହନ ଯୋଜନାରେ ସାମିଲ କରି ସମ୍ବଲପୁରୀ ଲୁଗା ବୁଣାରେ ଗ୍ରାମର ପାରଦର୍ଶିତା ପ୍ରତିବାଦନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ୪ ମାସ ହେବାକୁ ଥିବା ଏହି ତାଲିମ ଶିବିରରେ ହରିଶଙ୍କର ମେହେର ତାଲିମ ପ୍ରଦାନ କରୁଛନ୍ତି।ଏପରିକି ଗତ ୪ ମାସ ତଳେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲା ପ୍ରଶାସନ ସହିତ ଏହି ଗାଁ କୁ ଆସି ବାନ୍ଧ କଳାରେ ବଡତୁରାଙ୍ଗ ଗ୍ରାମକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ବୃହତ ଏକ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରିଥିଲେ। ଫଳ ସ୍ୱରୂପ ଶତକଡା ୭୦ ଭାଗ ଗାଁ ରେ ବସବାସ କରୁଥିବା ମେହେର ସମ୍ପ୍ରଦାୟକୁ ଏଥିରେ ଯୋଡ଼ାଯାଇ ଏକ ଆଦର୍ଶ ଗ୍ରାମର ପରିଚୟ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଥିବା କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande