ଭଙ୍ଗା ହାତରେ ମଧ୍ୟ ରୋଗୀଙ୍କୁ ଚିକିତ୍ସା : ଚର୍ଚ୍ଚାରେ ଯୁବ ଡାକ୍ତରାଣୀ ଟ୍ୱିଙ୍କଲ
ସମ୍ବଲପୁର, ୩୧ ଜୁଲାଇ (ହି.ସ.) - ଡାକ୍ତର ଭଗବାନଙ୍କ ସ୍ୱରୂପ। ସେହିପରି ଇଛାଶକ୍ତି ଥିଲେ ଜଣେ କର୍ତବ୍ୟ ପରାୟଣ ଡାକ୍ତର ଅନେକ ବାଧା ବିଘ୍ନକୁ ଖାତିର ନ କରି ରୋଗୀସେବାରେ ନିଜକୁ ଉଚ୍ଚର୍ଗ କରି କର୍ତବ୍ୟ ପାଳନ କରିପାରିବ। ଏଭଳି ଜଣେ ଯୁବା ଡାକ୍ତର ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ ଗୋଷ୍ଠି ସ୍ୱ
ଭଙ୍ଗା ହାତରେ ମଧ୍ୟ ରୋଗୀଙ୍କୁ ଚିକିତ୍ସା : ଚର୍ଚ୍ଚାରେ ଯୁବ ଡାକ୍ତରାଣୀ ଟ୍ୱିଙ୍କଲ


ଭଙ୍ଗା ହାତରେ ମଧ୍ୟ ରୋଗୀଙ୍କୁ ଚିକିତ୍ସା : ଚର୍ଚ୍ଚାରେ ଯୁବ ଡାକ୍ତରାଣୀ ଟ୍ୱିଙ୍କଲ


ଭଙ୍ଗା ହାତରେ ମଧ୍ୟ ରୋଗୀଙ୍କୁ ଚିକିତ୍ସା : ଚର୍ଚ୍ଚାରେ ଯୁବ ଡାକ୍ତରାଣୀ ଟ୍ୱିଙ୍କଲ


ଭଙ୍ଗା ହାତରେ ମଧ୍ୟ ରୋଗୀଙ୍କୁ ଚିକିତ୍ସା : ଚର୍ଚ୍ଚାରେ ଯୁବ ଡାକ୍ତରାଣୀ ଟ୍ୱିଙ୍କଲ


ସମ୍ବଲପୁର, ୩୧ ଜୁଲାଇ (ହି.ସ.) - ଡାକ୍ତର ଭଗବାନଙ୍କ ସ୍ୱରୂପ। ସେହିପରି ଇଛାଶକ୍ତି ଥିଲେ ଜଣେ କର୍ତବ୍ୟ ପରାୟଣ ଡାକ୍ତର ଅନେକ ବାଧା ବିଘ୍ନକୁ ଖାତିର ନ କରି ରୋଗୀସେବାରେ ନିଜକୁ ଉଚ୍ଚର୍ଗ କରି କର୍ତବ୍ୟ ପାଳନ କରିପାରିବ। ଏଭଳି ଜଣେ ଯୁବା ଡାକ୍ତର ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ନେଇ ବେଶ୍ ଚର୍ଚ୍ଚିତା। ଫାଶୀମାଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଥିବା ବେଳେ ନିଜ ଭଙ୍ଗା ହାତରେ ପଟି ବାନ୍ଧି ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ଜଣେ ଯୁବ ଡାକ୍ତରାଣି। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ଡାକ୍ତର ଟ୍ୱିଙ୍କଲ ପଟେଲ ଗୁରୁବାର ଫାଶୀମାଲ ସ୍ୱାସ୍ଥ୍ୟ କେନ୍ଦ୍ର ଓପିଡିରେ ରୋଗି ଚିକିତ୍ସା ଡ୍ୟୁଟି ଥିବା ବେଳେ ଡାକ୍ତର ଟ୍ୱିଙ୍କଲ ନିଜ କର୍ତବ୍ୟ କୁ ଅବହେଳା ନ କରି ନିଜ ଭଙ୍ଗା ହାତରେ ପଟି ବାନ୍ଧି ରୋଗୀଙ୍କୁ ଚିକିତ୍ସା କରିଥିଲେ ଏପରିକି ଚିକିତ୍ସା ସମୟରେ ସେ ରୋଗୀଙ୍କୁ ସମ୍ପୂର୍ଣ ଭାବେ ଯାଂଚ ମଧ୍ୟ କରୁଥିଲେ ଏବଂ ତାଙ୍କ ହାତରେ ଥିବା ଆଘାତ ର ଯନ୍ତ୍ରଣା କୁ ବେଖାତିର ମଧ୍ୟ କରୁଥିଲେ। ଡାକ୍ତର ଟ୍ୱିଙ୍କଲ ଗୋଟିଏ କି ଦୁଇଟି ନୁହେଁ ବରଂ ଗୁରୁବାର ଦିନ ପ୍ରାୟ ୮୦ ରୁ ୯୦ ଜଣ ରୋଗୀଙ୍କୁ ଚିକିତ୍ସା କରିଛନ୍ତି ଏବଂ ସକାଳ ୮ରୁ ଅପରାହ୍ନ ୧୨ ଟା ଏବଂ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରୋଗୀ ଚିକିତ୍ସା କରୁଛନ୍ତି। ହେଲେ ଏହା ଗୋଟିଏ ଦିନ ନୁହେଁ କିଛି ଦିନ ପୂର୍ବରୁ କୌଣସି କାରଣ ରୁ ଦୁର୍ଘଟଣା ହୋଇ ତାଙ୍କ ହାତରେ ଆଘାତ ଲାଗିଥିଲା ହେଲେ ଆଘାତ ସତ୍ୱେ ଡାକ୍ତର ଟ୍ୱିଙ୍କଲ ରୋଗୀ ସେବା ରେ କୌଣସି ଅବହେଳା କରୁନାହାନ୍ତି। ରୋଗୀଙ୍କ ସହିତ କୋମଳ ବ୍ୟବହାର ସହିତ ମଧୁର ବାଣୀରେ କଥା ହୋଇ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଡାକ୍ତର ଙ୍କ ଏଭଳି କର୍ତବ୍ୟ ରେ ନିଷ୍ଠା କୁ ଅଂଚଳରେ ଖୁବ ପ୍ରଶଂସା ମଧ୍ୟ କରାଯାଉଛି। ଗୋଟିଏ ପଟେ ଡାକ୍ତର ମାନେ ନିଜ ପକେଟ ଗରମ ପାଇଁ ନାନା ପନ୍ଥା ଅବଲମ୍ବନ କରୁଥିବା ବେଳେ ଅନ୍ୟ ପକ୍ଷରେ ଜଣେ ଯୁବ ଡାକ୍ତରାଣୀ ନିଜ କର୍ତବ୍ୟ କୁ ମାନବ କଲ୍ୟାଣ ପାଇଁ ନିୟୋଜିତ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande