କୋରେଇ, ୩୧ ଜୁଲାଇ (ହି.ସ.) - ପାଣିକୋଇଲି ଥାନା ଅନ୍ତଗତ ୨୦ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ବଜାର ଅନତୀଦୂରରେ ବାଇକ ସହ ରଂଗରୁଟରେ ଆସୁଥିବା ଏକ ପିକଅପ ସହ ଧକ୍କା ହେବାରୁ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ପ୍ରକାଶଯେ ବଂଝାରପୁର ଥାନା ଅନ୍ତର୍ଗତ ବାଳମୁକୂଳି ଜେନାଡିହ ଗ୍ରାମର ବିଦ୍ୟାଧର ମଳିକ ଯାଜପୁରରୋଡରୁ ଘରକୁ ଏକ ବାଇକରେ ଫେରୁଥିଲେ । ପାଣିକୋଇଲି ଜନଓøଷଧି କେନ୍ଦ୍ର ନିକଟରେ ରାଜପଥରୁ ସଂଯୋଗୀକରଣ ରାସ୍ତାକୁ ଥିବା କଟରେ ସେ ପଶି ଆସିଯିବାରୁ ସମ୍ମ୍ୁଖରୁ ଆସୁଥିବା ଏକ ପିକଅପ ସହ ସାମ୍ନା ସାମ୍ନି ଧକ୍କା ହୋଇଥିଲା । ଫଳରେ ବିଦ୍ୟାଧର ପଡି ଗୁରୁତର ଆହତ ହୋଇଥିଲେ । ରାଜପଥ ପେଟ୍ରୋଲିଂଗ ଅଧିକାରୀ ଅଶୋକ ବଳ ପହଂଚି ବିଦ୍ୟାଧରକୁ ଉଦ୍ଧାର କରି ପାଣିକୋଇଲିରେ ପ୍ରାଥମିକ ଚିକିତ୍ସା କରିବା ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଘଟଣାସ୍ଥଳେ ପୁଲିସ ପହଂଚି ଗାଡି ଦୁଇଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ