ଜିଲ୍ଲା ଆରକ୍ଷୀ ଓ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ ଅଭିଯାନ
ବାରିପଦା , 31 ଜୁଲାଇ (ହି.ସ.)ଆଜି ବାରିପଦାସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ ପଡିଆଠାରେ ଜିଲ୍ଲା ଆରକ୍ଷୀ ବିଭାଗ ଏବଂ ଜିଲ୍ଲା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ ଅଭିଯାନ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ଯୋଗ ଦେଇଥବା ବେଳେ ସମ୍ମାନିତ ଅତିଥି ଭାବେ ବାରିପଦା ବନଖଣ୍ଡ ଅଧିକାରୀ ଏ. ଉମା ମହେଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଛାୟତ, ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଶ୍ୟାମ ସୁନ୍ଦର ଦାଶ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ସାରା ଭାରତ ବର୍ଷକୁ ସବୁଜ ବଳୟ ଭିତରେ ରଖି ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଜାରି ରହିଛି । ଏଣୁ ମୟୁରଭଞ୍ଜକୁ ଏକ ସବୁଜ ସୁନ୍ଦର ଜିଲ୍ଲା ଭାବେ ଗଢିବା ତୋଳିବା ସହିତ ସ୍ୱାସ୍ଥ୍ୟ ଉପଯୋଗୀ ସୁନ୍ଦର ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତଙ୍କୁ ବୃକ୍ଷ ରୋପଣ କରିବାକୁ ସଚେତନ କରିଥିଲେ । ଏହି ଅବସରରେ ସୁନ୍ଦର ବାୟୁମଣ୍ଡଳ ସୃଷ୍ଟି କରିବା ପାଇଁ ଗଛ ଲଗାଇବା ତଥା ପରିବେଶକୁ ପ୍ରଦୋଷିତ ନକରିବା ଉଦେଶ୍ୟରେ ଉପସ୍ଥିତ ସମସ୍ତେ ସାମୁହିକ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ ପୋଲିସ ବିଭାଗ ଓ ବନ ବିଭାଗର ବିଭିନ୍ନ ପଦାଧିକାରୀ ଓ କର୍ମଚାରୀଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବହୁ ସମାଜସେବୀ , ପରିବେଶବିତ, ସ୍ୱେଚ୍ଛାସେବୀ ଓ ଗଣ ମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ