ବୁର୍ଲା ପିଏମ୍ ଶ୍ରୀ଼ ହାଇସ୍କୁଲରେ ଅଭିଭାବକ-ଶିକ୍ଷକ ବୈଠକ
ବୁର୍ଲା ପିଏମ୍ ଶ୍ରୀ଼ ହାଇସ୍କୁଲରେ ଅଭିଭାବକ-ଶିକ୍ଷକ ବୈଠକ
ବୁର୍ଲା ପିଏମ୍ ଶ୍ରୀ଼ ହାଇସ୍କୁଲରେ ଅଭିଭାବକ-ଶିକ୍ଷକ ବୈଠକ


ସମ୍ବଲପୁର, ୩୧ ଜୁଲାଇ (ହି.ସ.) ରାଜ୍ୟ ସରକାରଙ୍କର ନିର୍ଦେଶ କ୍ରମେ ବୁର୍ଲା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଏବଂ ଶିକ୍ଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନଶିକ୍ଷକ କରନ ଶର୍ମା ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ଶିକ୍ଷକ ରାମ କୃଷ୍ଣ ରଥଙ୍କ ଅଧ୍ୟକ୍ଷତାରେ ଆମ ସ୍କୁଲ ଯିବା ଅଭିଯାନ,ମା ପାଇଁ ଗଛଟିଏ,ଶିଶୁ ମାନଙ୍କର ଯତ୍ନ, ସ୍କୁଲ ପରିବେଶ ସଫା ସୁତୁରା ଆଦି କାର୍ଯ୍ୟକ୍ରମ ଉପରେ ଆଲୋଚନା ମାନ କରାଯାଇଥିଲା।ଏହି ଆଲୋଚନାରେ ବିଦ୍ୟାଳୟର ଶିକ୍ଷକ‌ ଶିକ୍ଷୟିତ୍ରୀ, ସମେତ ସ୍କୁଲ ପରିଚାଳନା କମିଟିର ସଭାପତି ଧର୍ମେନ୍ଦ୍ର ସାହୁ,ଆଲୁମିନିର ମୁଖ୍ୟ ଉପଦେଷ୍ଟା ନିରଂଜନ ପଟ୍ଟନାୟକ , ଶିକ୍ଷୟିତ୍ରୀ ସତ୍ୟଭାମା ସାହୁ, ନମିତା ଆଚାର୍ଯ୍ୟ, ସବିତା ସାହୁ,ସ୍କୁଲର ଅଭିଭାବକ ଅଭିଭାବିକା ମାନେ ଯୋଗ ଦେଇଥିଲେ। ଅଭିଭାବକ ମାନେ ସ୍କୁଲର ସର୍ବାଙ୍ଗିନ ଉନ୍ନତି ଦିଗରେ ସର୍ବଦା କିପରି ଯତ୍ନବାନ ହେବେ ଏବଂ ସେମାନଙ୍କ ଦୃଷ୍ଟିରେ ଥିବା ସ୍କୁଲ ଆସୁନଥିବା ଛାତ୍ର ଛାତ୍ରୀ ମାନଙ୍କୁ ଚିହ୍ନଟ କରି ସ୍କୁଲରେ ନାମ ଲେଖାଇବା ବ୍ୟବସ୍ଥା ଆଦି କିପରି କରିବେ ସେ ଦିଗରେ ସମସ୍ତଙ୍କୁ ଅବଗତ କରାଗଲା। ଶେଷରେ ସ୍କୁଲର ସହକାରୀ ଶିକ୍ଷକ ଦାମୋଦର ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande