ଚାନ୍ଦବାଲି ବ୍ଲକରେ ଶିକ୍ଷକଙ୍କ ଉପରୁ ତୁଟୁଛି ଭରଷା, କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ
ଭଦ୍ରକ, ୩୧ ଜୁଲାଇ (ହି.ସ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକରେ କିଛି ଅସାମାଜିକ ଶିକ୍ଷକଙ୍କ ପାଇଁ ଶିକ୍ଷକ ସମାଜ ଆଜି କଳୁଷିତ। ମାତ୍ର ଅଭିଯୁକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେହବାରୁ ଉପରିସ୍ତ ଅଧିକାରୀ ମଧ୍ୟ ସାଧାରଣ ଜନତାଙ୍କ ବିଶ୍ୱସ୍ତ ଭାଜନ ହୋଇ ପାରୁ ନାହାନ୍ତି। ପ୍ରାପ୍ତ ଖ
ଚାନ୍ଦବାଲି ବ୍ଲକରେ ଶିକ୍ଷକଙ୍କ ଉପରୁ ତୁଟୁଛି ଭରଷା, କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ


ଭଦ୍ରକ, ୩୧ ଜୁଲାଇ (ହି.ସ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକରେ କିଛି ଅସାମାଜିକ ଶିକ୍ଷକଙ୍କ ପାଇଁ ଶିକ୍ଷକ ସମାଜ ଆଜି କଳୁଷିତ। ମାତ୍ର ଅଭିଯୁକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେହବାରୁ ଉପରିସ୍ତ ଅଧିକାରୀ ମଧ୍ୟ ସାଧାରଣ ଜନତାଙ୍କ ବିଶ୍ୱସ୍ତ ଭାଜନ ହୋଇ ପାରୁ ନାହାନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ଚଳିତ ମାସ ଚାନ୍ଦବାଲି ବ୍ଲକର ଜଣେ ଶିକ୍ଷକ ଜଣେ ଛାତ୍ରୀଙ୍କୁ ବହି ଦେବାର ବାହାନା କରି ଛୁଟି ଦିନରେ ବିଦ୍ୟାଳୟକୁ ଡାକି ଅସଦାଚରଣ କରିଥିଲେ। ମାତ୍ର ଏହି କଥା କେବଳ ସେହି ଅଂଚଳରେ ସିମୀତ ହୋଇ ରହିନଥିଲା। ପରନ୍ତୁ ଏହି କଥାକୁ ନେଇ ସେହି ଅଂଚଳର ସିଆରସିସି ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରାଇଥିଲେ। ମାତ୍ର ବ୍ଲକ ଶିକ୍ଷାଧିକାରୀ ଙ୍କୁ ସାମ୍ବାଦିକ ଏହି ଘଟଣା ବିଷୟରେ ପଚାରିବାରୁ ସେ ଏହି ବିଷୟରେ ଅଜ୍ଞ ଥିବା କଥା କହିଥିଲେ। ପରେ ସଂପୃକ୍ତ ଶିକ୍ଷକ ଅସଦାଚରଣ କରିଥିବା ନାବାଳିକା ପରିବାରକୁ ୨୦ହଜାର ଟଙ୍କା ଦେଇ ମୁକୁଳିଥିଲେ । ପରେ ନାବାଳିକାଙ୍କ ପରିବାର ଅବଶିଷ୍ଟ ୨୦ହଜାର ଦାବୀ କରିବାରୁ ସଂପୃକ୍ତ ଶିକ୍ଷକ ଏହି ବିଷୟରେ ବ୍ଲକ ଶିକ୍ଷାଧିକାରୀଙ୍କୁ ସମସ୍ତ କଥା କହିଥିଲେ ମାତ୍ର ବ୍ଲକ ଶିକ୍ଷାଧିକାରୀ ଏହି ଖବର ଜାଣିବା ପରେ ମଧ୍ୟ ଚୁପ ରହିଲେ କାହିଁକି ତାହା ପ୍ରଶ୍ନବାଚୀ ହୋଇ ପଡିଛି। ଏହିପରି ଘେଂଟଶ୍ୱର ଅପର୍ତି ଚରଣ ହାଇସ୍କୁଲର ଶିକ୍ଷକ ତଥା ପୂବର୍ତନ ସିଆରସିସି ଭୀମସେନ ଦାସ ଦିନ ଦ୍ୱିପ୍ରହରରେ ଛାତ୍ରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ନାପକିନ ୧ ବସ୍ତା ସେହି ଅଂଚଳର ଜଣେ ବ୍ୟବସାୟୀଙ୍କ ପାଖକୁ ଅର୍ଜୁନ ବିଳାସ ବ୍ୟକ୍ତି ସାଇକେଲର ପଠାଉଥିବା ବେଳେ ଅଂଚଳବାସୀଙ୍କ ଦ୍ୱାରା ଧରା ପଡିଥିଲେ। କେଉଁ ପରିସ୍ଥିତିରେ ଏକ ବିଦ୍ୟାଳୟ ମଧ୍ୟରୁ ୧ବସ୍ତା ନାପକିନ ନିକଟସ୍ଥ ବଜାରରେ ବିକ୍ରି ହେବା ପାଇଁ ଗଲା, ତାହା ର ତଦନ୍ତ ନାଲି ଫାଇଲ ତଳେ। ପରେ ଏହି ଘଟଣାରୁ ଛାଡ ପାଇବା ପାଇଁ ବାଧ୍ୟ ଅର୍ପିତ ଚରଣ ହାଇସ୍କୁଲର ପ୍ରଧାନ ଶିକ୍ଷକ ସଂପୃକ୍ତ ପୂବର୍ତନ ସିଆରସିସି ତଥା ଶିକ୍ଷକ ଭୀମସେନ ଦାସଙ୍କ ନାମରେ ଘେଂଟଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କଲେ। ଏହି ଲିଖିତ ଅଭିଯୋଗ ଅନୁଯାୟୀ ବାଂଶଡା ଥାନାରେ ଏକ କେସ ମଧ୍ୟ ରୁଜୁ ହେଲା। ଘଟଣାର ଦିନ ଦ୍ୱିପ୍ରହରରେ ଘଟିଥିବା ବେଳେ ପୁଲିସର ତଦନ୍ତ ମଧ୍ୟ ଠିକ ହେଲା। ହେଲେ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ ସଂପୃକ୍ତ ଶିକ୍ଷକ ତଥା ପୂବର୍ତନ ସିଆରସିସି ଙ୍କୁ ରାତି ଅଧିଆ ଅର୍ପିତ ଚରଣ ହାଇସ୍କୁଲ ରୁ ପାଙ୍ଗୁଡା ବିଦ୍ୟାଳୟକୁ ବଦଳି କରିଦେଲେ। ଏଠାରେ ପ୍ରଶ୍ନ ଉଠେ କେଉଁ ପରିସ୍ଥିତିରେ ତଦନ୍ତ ଶେଷ ପୂର୍ବରୁ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ କାହିଁକି ସଂପୃକ୍ତ ଅସାମାଜିକ ଶିକ୍ଷକ ମାନଙ୍କୁ ଘଂଟ ଘୋଡାଇ ଚାଲିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ କୌଣସି କଥା ରେ ମୁଣ୍ଡ ଖେଳାଉ ନଥିବା ବେଳେ ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହୋଇଛି। ପ୍ରକୃତରେ କିଛି ଅସାମାଜିକ ଶିକ୍ଷକ ମାନଙ୍କ ପାଇଁ ଶିକ୍ଷକ ସମାଜ କଳୁଷିତ ହେଉଥିବା ବେଳେ ଏହି ଅସାମାଜିକ ଶିକ୍ଷକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଂଚଳବାସୀ ଦାବୀ ଜଣାଇଛନ୍ତି।ଏହି ଅଭିଯୋଗ ବାବଦରେ ବ୍ଲକ ଶିକ୍ଷାଧିକାରୀ କିଛି ମତାମତ ଦେବାକୁ ମନା କରି ଦେଇଥିବାବେଳେ ନିକଟରେ ଧାମରା ଅଂଚଳରେ ଜଣେ ଶିକ୍ଷକ ମଧ୍ୟ ଏହିଭଳି ଦାୟିତ୍ୱ ନେବାକୁ ମନା କରିଥିବା ବେଳେ ତାଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦିଆ ଯିବାରୁ ଶେଷରେ ସେ ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande