ସେଂଟ୍ରାଲ ଚର୍ଚ୍ଚ କମିଟିର ବାର୍ଷିକ ସଭା
ବଲାଙ୍ଗୀର, ୩୧ ଜୁଲାଇ(ହି.ସ.) – କେନ୍ଦ୍ର ଉପାସନାଳୟ ସ୍ଥିତ ଲାଇବ୍ରେରୀ ହଲ୍ ଠାରେ ସେଂଟ୍ରାଲ ଚର୍ଚ୍ଚ କମିଟିର ବାର୍ଷିକ ସଭା ଆ. ନିମୁଏଲ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବିଦାୟୀ ସମ୍ପାଦକ କୁଲଦୀପ ବାଗ ଓ କୋଷାଧ୍ୟକ୍ଷ ପ୍ରଫୁଲ୍ଲ ବାରିକ ବିଗତ ଦିନ ର କାର୍ଯ୍ୟର ବିବରଣୀ ଉପସ୍ଥାପନ କରିଥିଲେ।
ସେଣ୍ଟ୍ରାଲ ଚର୍ଚ୍ଚ କମିଟିର ବାର୍ଷିକ ସଭା


ବଲାଙ୍ଗୀର, ୩୧ ଜୁଲାଇ(ହି.ସ.) – କେନ୍ଦ୍ର ଉପାସନାଳୟ ସ୍ଥିତ ଲାଇବ୍ରେରୀ ହଲ୍ ଠାରେ ସେଂଟ୍ରାଲ ଚର୍ଚ୍ଚ କମିଟିର ବାର୍ଷିକ ସଭା ଆ. ନିମୁଏଲ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବିଦାୟୀ ସମ୍ପାଦକ କୁଲଦୀପ ବାଗ ଓ କୋଷାଧ୍ୟକ୍ଷ ପ୍ରଫୁଲ୍ଲ ବାରିକ ବିଗତ ଦିନ ର କାର୍ଯ୍ୟର ବିବରଣୀ ଉପସ୍ଥାପନ କରିଥିଲେ। ଉପସ୍ଥିତ ସଭ୍ୟ ସଭ୍ୟାମାନେ ଆଗାମୀ ସମୟରେ ସମାଜ ଓ ମଣ୍ଡଳୀର ଅଭିବୃଦ୍ଧି ନିମନ୍ତେ ଉନ୍ନତିମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବିଷଦ ଆଲୋଚନା କରି ସିଦ୍ଧାନ୍ତ ଗ୍ରହଣ କରିଥିଲେ। ଚଳିତ ବର୍ଷ ନିମନ୍ତେ ସଚ୍ଚିଦାନନ୍ଦ ହନୁମାନ ସମ୍ପାଦକ ଓ ହୁସେନ ନାଗ କୋଷାଧ୍ୟକ୍ଷ ରୂପେେ ନିର୍ବାଚିତ ହୋଇଥିଲେ। ସଭା ଶେଷରେ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ସେଂଟ୍ରାଲ ଚର୍ଚ୍ଚ କମିଟିର ସମସ୍ତ ପାଳକ ଓ ମଣ୍ଡଳୀ ତଥା ପାଷ୍ଟୋରେଟ ଗୁଡିକର କର୍ମକର୍ତାମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande