ବଡ଼ଡୁରାଲ ପଞ୍ଚାୟତ ଗସ୍ତ କଲେ ଚିତ୍ରକୋଣ୍ଡା ବିଧାୟକ
ମାଲକାନଗିରି, ୩୧ ଜୁଲାଇ (ହି.ସ.)- ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ର ବଡ଼ଡୁରାଲ ପଞ୍ଚାୟତ ଗସ୍ତ କରିଛନ୍ତି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ଗତ କିଛିଦିନର ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ଘର ଭାଙ୍ଗି ଯାଇଥିବା ଖବର ପାଇ ସଙ୍ଗେ ସଙ୍ଗେ କ୍ଷତିଗ୍ରସ୍ତ ପରିବାରର ଦୁଃଖ ବୁଝିବାକୁ ନିଜେ ପହଞ୍ଚିଥି
ବଡ଼ଡୁରାଲ ପଞ୍ଚାୟତ ଗସ୍ତ କଲେ ଚିତ୍ରକୋଣ୍ଡା ବିଧାୟକ


ମାଲକାନଗିରି, ୩୧ ଜୁଲାଇ (ହି.ସ.)- ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ର ବଡ଼ଡୁରାଲ ପଞ୍ଚାୟତ ଗସ୍ତ କରିଛନ୍ତି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ଗତ କିଛିଦିନର ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ଘର ଭାଙ୍ଗି ଯାଇଥିବା ଖବର ପାଇ ସଙ୍ଗେ ସଙ୍ଗେ କ୍ଷତିଗ୍ରସ୍ତ ପରିବାରର ଦୁଃଖ ବୁଝିବାକୁ ନିଜେ ପହଞ୍ଚିଥିଲେ ବିଧାୟକ । ବଡଡୁରାଲ ପଞ୍ଚାୟତର ସାନଡୁରାଲ ଏବଂ ମାଳୀଗୁଡା ଗ୍ରାମରେ ଲଗାଣ ବର୍ଷା ଫଳରେ କିଛି ବ୍ୟକ୍ତିଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଜଣେ ବ୍ୟକ୍ତି ନିଜ ଛୁଆ ମାନଙ୍କୁ ନେଇ ରାତ୍ରି ସମୟରେ ଶୋଇବା ବେଳେ ହଠାତ ଘର କାନ୍ଥ ତାଙ୍କ ଉପରେ ସମ୍ପୂର୍ଣ ପଡି ଯାଇଥିଲା। ଅଳ୍ପ କିଛି ସମୟ ମଧ୍ୟରେ ଗ୍ରାମବାସୀଙ୍କ ଦ୍ଵାରା ତାଙ୍କ ପରିବାର ବର୍ଗଙ୍କୁ ଉଦ୍ଧାର କରାଯାଇଥିଲା। ତେଣୁ ବିଧାୟକ ଉକ୍ତ ପଞ୍ଚାୟତ ଗସ୍ତରେ ଯାଇ କ୍ଷୟକ୍ଷତିର ଆକଳନ କରି ସ୍ଥାନୀୟ ପ୍ରଶାସନକୁ ଅବଗତ କରି କିପରି ସେମାନଙ୍କ ନିକଟରେ ସମସ୍ତ ସରକାରୀ ସହାୟତା ପହଞ୍ଚି ପାରିବ ସେନେଇ ପ୍ରଶାସନ ସହ ଆଲୋଚନା କରିଥିବା କହିଛନ୍ତି। ତେବେ ଗ୍ରାମବାସୀ ମଧ୍ୟ ଆଗରୁ କେବେ କୌଣସି ବିଧାୟକଙ୍କ ପାଦ ତାଙ୍କ ଗ୍ରାମରେ ନ ପଡ଼ିଥିବାରୁ ବିଧାୟକ ଶ୍ରୀ ଖିଲଙ୍କ ପାଦ ପଡିବା ଦେଖି ଗ୍ରାମବାସୀଙ୍କ ଅସୁବିଧା ସମୟରେ ସେ ସାଥୀ ହୋଇଥିବାରୁ ତାଙ୍କୁ ଅଞ୍ଚଳବାସୀ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande