ମୁଖୀଗୁଡା,୩୧ ଜୁଲାଇ(ହି.ସ) - କଳାହାଣ୍ଡି ଜିଲ୍ଲା ଜୟପାଟଣା ସହର ସାରା ବୁଲା ଗାଈ ଗୋରୁ ବୁଲୁଥିବା ବେଳେ ଅନେକ ଲୋକେ ନାହିଁ ନଥିବା ଆସୁବିଧାର ସମ୍ଭୁଖିନ ହେଉଛନ୍ତି।ଖାସ କରି ମହିଳା ମାନେ ହଇରାଣ ହେଉଥିବା ବେଳେ ରୋଗୀ,ଗର୍ଭବତୀ ଙ୍କ କଥା ନକହିବା ଭଲ। ରାଜବାଟି ରାସ୍ତା ଠାରୁ ଥାନା ପର?୍ୟ୍ୟନ୍ତ ସବୁଠି ଗାଈଗୋରୁ ଲୋକଙ୍କୁ ନାକେଦମ କରୁଛନ୍ତିଏହି ରାସ୍ତାରେ ଥାନା, ଡାକ୍ତରଖାନା,କୋର୍ଟ, ତହସିଲ କାର୍ଯ୍ୟାଳୟ ଭଳି ଅନେକ କାର୍ଯ୍ୟାଳୟ ରହିଛି।ବିଭିନ୍ନ କାମ ରେ ଶହ ଶହ ଲୋକେ ଦୈନିକ ଯିବା ଆସିବା କରୁଛନ୍ତି।କିନ୍ତୁ ଏତେତେଣେ ଗାଈଗୋରୁ ଦୌଡ଼ିବା ଫଳରେ ଲୋକେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗାଈଗୋରୁ ଙ୍କ ଭୟରେ ଲୋକେ କେଉଁଠି ବାଇକ ରଖିବା ପାଇଁ ଭୟ କରୁଛନ୍ତି।ରାସ୍ତା ମଝିରେ ଗାଈଗୋରୁ ଅଟକି ରହୁଛନ୍ତି ଆଉ ବିଚ ରାସ୍ତାରେ ଶୋଇ ରହୁଛନ୍ତି ଯାହାଫଳରେ ସବୁବେଳେ ଲୋକଙ୍କ ପାଇଁ ବିପଦ ରହୁଛି। ନା କେଉଁଠି ଠିଆ ହୋଇ ଲୋକେ କଥା ହୋଇପାରୁଛନ୍ତି ନା କେଉଁଠି ଗାଡି ରଖି କୁଆଡ଼େ ଯାଇପାରୁଛନ୍ତି।ଏହା ଗୋଟିଏ ରାସ୍ତାର କଥା ନୁହେଁ। ଜୟପାଟଣା ସହର ସାରା ସମାନ ସ୍ଥିତି।ଏପରିକି ବ୍ଳକ କାର୍ଯ୍ୟାଳୟରେ ମଧ୍ୟ ଗାଈଗୋରୁଙ୍କ ପାଦୁର୍ଭାବ ଦେଖିବାକୁ ମିଳୁଛି।ଲୋକଙ୍କ ଧନ ଜୀବନ ସୁରକ୍ଷା ଦୃଷ୍ଟିରୁ ଜୟପାଟଣା ପଂଚାୟତ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।ନଚେତ କାହାର ଧନ ଜୀବନ ନଷ୍ଟ ହେଲା ପରେ କିଏ ଦାୟୀ ହେବେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ନିହାର ରଂଜନ ବେହେରା |