ବର୍ଷା ଥମିଥିଲେ ବି ଧାମନଗରର ତଳିଆ ଅଂଚଳ ଏବେବି ପାଣିଘେରରେ, ଆଖୁଆପଦା ଠାରେ ବୈତରଣୀର ଜଳସ୍ତର ବିପଦ ସଂକେତ ତଳେ
ଭଦ୍ରକ, ୩୧ ଜୁଲାଇ (ହି.ସ.) - ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଁ ଏବେ ସ୍ଥିର ରହିଛି। ଆଖୁଆପଦା ଠାରେ ବୈତରଣୀ ନଦୀର ବିପଦ ସଂକେତ ୧୮.୩୩ ରହିଥିବା ବେଳେ ସନ୍ଧ୍ୟା ୬ଟା ରେ ଏଠାରେ ୧୮.୧୮ମିଟର ଉପରେ ଜଳ ପ୍ରବାହିତ ହେଉଥିଲା। ତେଣୁ ଧାମନଗର ଓ ଭଣ୍ଡାରିପୋଖରୀ ରେ ଥିବା ନଦୀ
DHAMNAGAR TALIA ANCHAL PANI GHERARE


ଭଦ୍ରକ, ୩୧ ଜୁଲାଇ (ହି.ସ.) - ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଁ ଏବେ ସ୍ଥିର ରହିଛି। ଆଖୁଆପଦା ଠାରେ ବୈତରଣୀ ନଦୀର ବିପଦ ସଂକେତ ୧୮.୩୩ ରହିଥିବା ବେଳେ ସନ୍ଧ୍ୟା ୬ଟା ରେ ଏଠାରେ ୧୮.୧୮ମିଟର ଉପରେ ଜଳ ପ୍ରବାହିତ ହେଉଥିଲା। ତେଣୁ ଧାମନଗର ଓ ଭଣ୍ଡାରିପୋଖରୀ ରେ ଥିବା ନଦୀ କୁଳିଆ ଲୋକ ଙ୍କୁ ପୁଣି ସତର୍କ ରହିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ବିଡ଼ିଓ ଏବଂ ତହସିଲଦାର ଏବଂ ଜଳ ସେଚନ ବିଭାଗ ଅଧିକାରୀ ମାନେ ସ୍ଥିତି ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଅନ୍ୟ ପକ୍ଷରେ ବୈତରଣୀ ନଦୀର ପ୍ରଥମ ବନ୍ୟା ଜଳ ଏ ପର୍ଯ୍ୟନ୍ତ ଚାଷ ଜମି ରୁ ଶୁଖି ନ ଥିଲା ବେଳେ ଦ୍ୱିତୀୟ ବନ୍ୟା ଆଶଙ୍କା ସୃଷ୍ଟି ନଦୀ କୁଳିଆ ଲୋକ ଙ୍କ ମନରେ ଭୟ ସୃଷ୍ଟି କରିଛି। ଚଳିତ ବର୍ଷ ବୈତରଣୀ ନଦୀରେ ଆସିଥିବା ପ୍ରଥମ ବନ୍ୟାରେ ଭଦ୍ରକ ଜିଲ୍ଲାରେ ମୋଟ ୩ ଟି ବ୍ଲକ ପ୍ରଭାବିତ ହୋଇଛି। ଭଣ୍ଡାରିପୋଖରୀ ବ୍ଲକରେ ୪ ଟି ପଂଚାୟତ, ଧାମନଗର ବ୍ଲକରେ ୨୫ ଟି ପଂଚାୟତ ଓ ଚାନ୍ଦବାଲି ବ୍ଲକରେ ୧ ପଂଚାୟତ ବନ୍ୟା ପାଣିରେ ପ୍ରଭାବିତ ହୋଇଥିବା ର ସରକାରୀ ରିପୋର୍ଟ କହୁଛି। ବିଶେଷ କରି ଧାମନଗର ବ୍ଲକରେ ୪ ଟି ପଂଚାୟତ ସୋହଡା, ପ୍ରଧାନୀ, ଅର୍ଜୁନପୁର ଓ ହସନାବାଦ ପଂଚାୟତ ବନ୍ୟା ପାଣିରେ ରହିଥିଲା। ଏବେ ବନ୍ୟା ପାଣି ସାମାନ୍ୟ କମିଛି। ହସନାବାଦ ଓ ଅର୍ଜୁନପୁର ପଂଚାୟତରେ ରିଲିଫ ସାମଗ୍ରୀ ସହିତ ରନ୍ଧା ଖାଦ୍ୟ ଦିଆଯାଉଛି। ଅଧିକାରୀ ମାନେ ପଲିଥିନ ମଧ୍ୟ ବନ୍ୟା ବିପନ୍ନ ଙ୍କୁ ଦିଆଯାଇଛି। ବନ୍ଧ ଉପରେ ଥିବା ଗୋରୁ, ଗାଇ ମାନଙ୍କୁ ମଧ୍ୟ ଗୋ ଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ବନ୍ୟାରେ ଭଦ୍ରକ ଜିଲ୍ଲାରେ ୧ ଲକ୍ଷ ୮୮ ହଜାର ଲୋକ ପ୍ରଭାବିତ ହୋଇଥିଲେ। ସେହିପରି ୨୯ ହଜାର ଲୋକମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ଅନେକ ରାସ୍ତା, ସ୍କୁଲ ଓ ଘର କ୍ଷତିଗ୍ରସ୍ତ ହୋଇଛି। ଏହି ସବୁ ଅଂଚଳରେ ଟିୱେଲ ଗୁଡିକୁ ବିଶୁଦ୍ଧ କରାଯାଇ ପାଣିର ମାନ ଯାଞ୍ଜ କରାଯିବ। ସେହିପରି ଏହି ବନ୍ୟା ଅଂଚଳରେ ଲୋକମାନଙ୍କ କିଛି ଅସୁବିଧା ନ ହେବା ପାଇଁ ବିଶେଷକରି ବନ୍ୟା ସମୟରେ ବିଷଧର ସର୍ପ ଦଂଶନ ଘଟଣା ବେଶି ଦେଖାଦେଇଥିବାରୁ ବିଷ ପ୍ରତିରୋଧକ ଭେକସିନ୍ ସହ ମେଡିକାଲ ଟିମ ମଧ୍ୟ ବନ୍ୟାଂଚଳରେ ରହିଛନ୍ତି ବୋଲି ଜିଲାପାଳ ଦିଲ୍ଲୀପ ରାଉତରାଏ ଗଣମାଧ୍ୟମକୁ କହିଛନ୍ତି। ଧାମନଗରରେ ବନ୍ୟା ଜଳ କମିଛି ମାତ୍ର ଗ୍ରାମାଂଚଳ ରେ ବଢୁଛି ସମସ୍ୟା।ଧାମନଗର ରେ ଲଗାଣ ବର୍ଷା ଦ୍ୱାରା ଧାମନଗର ବ୍ଲକ ରେ ୨୫ ପଂଚାୟତ ରେ ବିଭିନ୍ନ ଚାଷ ଜମିରେ ବର୍ଷା ଜଳ ବୁଡି ରହିଥିବା ବେଳେ ୪ଦିନ ତଳେ ବୈତରଣୀ ନଦୀରେ ବନ୍ୟା ଦ୍ୱାରା ଶାଖା ନଦୀ କୋଚିଳା, ଗେଙ୍ଗୁଟି ନଦୀରେ ବନ୍ୟା ଆସି ଏହି ବ୍ଲକ ର ପଧାନି, ଅର୍ଜୁନପୁର, ହସନାବାଦ, ସୋହଡା, ଖଡ଼ିପଦା, ଦଳାଙ୍ଗ ପଂଚାୟତ ରେ ବିଭିନ୍ନ ଚାଷ ଜମି ବୁଡ଼ିରହିଛି ।ତଳିଆ ଅଂଚଳ ହସନାବାଦ ପଂଚାୟତ ରେ ଅନେକ ଗ୍ରାମ ଭିତରେ ପାଣି ରହିଛି । ପ୍ରକାଶ ଥାଉକି ବନ୍ୟା ଜଳ ପୁରା ଛାଡି ନଥିବା ବେଳେ ବୁଧବାର ଦିନ ତମାମ ପ୍ରବଳ ବର୍ଷା ରେ ଧାମନଗର ପୁରା ବେହାଲ ହୋଇ ଯାଇଛି, ଗୋରୁ ଗାଈ ଓ ଲୋକ ମାନେ ମଧ୍ୟ ଘରୁ ବାହାରି ପାରିନଥିଲେ। ଏହି ବର୍ଷା ଜନିତ ଆସନ୍ନ ବନ୍ୟାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଧାମନଗର, ବାସୁଦେବପୁର ଓ ତିହିଡି ବ୍ଲକ ର ସମସ୍ତ ବିଦ୍ୟାଳୟ କୁ ଛୁଟି ଘୋଷଣା କରିଦେଇଥିଲେ ।ବନ୍ୟା ରେ ଉପରୋକ୍ତ ପଂଚାୟତ ରେ ବ୍ୟାପକ ଚାଷ ଜମି ନଷ୍ଟ ହୋଇଥିବା ବେଳେ ଚାଷ ଜମିରୁ ପାଣି ଖସୁ ନ ଥିବାରୁ କ୍ଷୟ କ୍ଷତି ଆକଳନ କରିହେଉନାହିଁ। ଜିଲ୍ଲା କୃଷି ଅଧିକାରୀ ମାନେ ବନ୍ୟା ପାଣିରେ କେତେ ଚାଷ ଜମି କ୍ଷୟକ୍ଷତି ହୋଇଛି ତାହାର ଆକଳନ କରି ରିପୋର୍ଟ ଦେବା ପରେ ସରକାର ଙ୍କୁ ତାହା ଦିଆଯାଇ କ୍ଷତିଗ୍ରସ୍ତ ଚାଷୀ ଓ ବିପନ୍ନ ଲୋକ ଙ୍କୁ ସହାୟତା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ରାଉତରାଏ କହିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande