ଭବାନୀପାଟଣା ଜେଲ୍ ରୁ ମୁକୁଳିଲେ ଧର୍ମଗଡ଼ର ପୂର୍ବତନ ଉପ-ଜିଲ୍ଲାପାଳ ଧୀମାନ ଚକମା
ଭବାନୀପାଟଣା, ୩୧ ଜୁଲାଇ (ହି.ସ.)- ଆଜି ଭବାନୀପାଟଣା ଜେଲ୍ ରୁ ମୁକୁଳିଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ପୂର୍ବତନ ଉପ-ଜିଲ୍ଲାପାଳ ତଥା ଆଇଏଏସ ଧୀମାନ ଚକମା । ସେ ୪୦ ଦିନ ଜେଲ୍ ରେ ରହିବା ପରେ ଆଜି ସର୍ତମୂଳକ ଜାମିନ୍ ରେ ଜେଲ୍ ରୁ ମୁକୁଳିଛନ୍ତି । ପ୍ରକାଶ ଥାଉକି, ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା
ଧର୍ମଗଡ଼ର ପୂର୍ବତନ ଉପ-ଜିଲ୍ଲାପାଳ ଧୀମାନ ଚକମା


ଭବାନୀପାଟଣା, ୩୧ ଜୁଲାଇ (ହି.ସ.)- ଆଜି ଭବାନୀପାଟଣା ଜେଲ୍ ରୁ ମୁକୁଳିଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ପୂର୍ବତନ ଉପ-ଜିଲ୍ଲାପାଳ ତଥା ଆଇଏଏସ ଧୀମାନ ଚକମା । ସେ ୪୦ ଦିନ ଜେଲ୍ ରେ ରହିବା ପରେ ଆଜି ସର୍ତମୂଳକ ଜାମିନ୍ ରେ ଜେଲ୍ ରୁ ମୁକୁଳିଛନ୍ତି ।

ପ୍ରକାଶ ଥାଉକି, ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ଧୀମାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଏନେଇ ଭିଜିଲାନ୍ସ ପକ୍ଷରୁ ରୁଜ୍ଜୁ ହୋଇଥିବା ମାମଲା ବର୍ତମାନ କୋର୍ଟରେ ବିଚାରାଧିନ ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande