କେନ୍ଦ୍ରାପଡ଼ା, ୩୧ ଜୁଲାଇ(ହି.ସ.) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ପଂଚାୟତର ଦୁତିଆଳ ଆଦର୍ଶ ଉଚ୍ଚ ବିଦ୍ୟାଳୟ ପରିସରରେ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ର/ଛାତ୍ରୀମାନଙ୍କର ଆଧ୍ୟାତ୍ମିକ ଜ୍ଞାନ ପ୍ରକାଶ ନିମନ୍ତେ ପ୍ରାର୍ଥନା ଜ୍ଞାନ ମଂଚ ତରଫରୁ ମାସିକ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଦଶମ ଶ୍ରେଣୀର ଛାତ୍ରୀ ଅର୍ପିତା ସେନାପତି, ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ନବମ ଶ୍ରେଣୀର ଛାତ୍ର ଶୁଭମ୍ଜିତ୍ ସେନାପତି ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ରୀ ଭାଗ୍ୟଶ୍ରୀ ପରିଡା। ଏହି ପୁରସ୍କାର ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଗଡା ହାଇସ୍କୁଲର କ୍ରୀଡା ଶିକ୍ଷକ ଉମାକାନ୍ତ କର ଯୋଗଦେଇ ଆଧ୍ୟାତ୍ମିକ ଜ୍ଞାନ ବିକାଶ ପାଇଁ ଦୈନିକ ଗୀତା, ଭାଗବତ, ପୁରାଣ ପଢିବା ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ସମସ୍ତ ଶିକ୍ଷକ/ଶିକ୍ଷିକା, କର୍ମଚାରୀ ଉପସ୍ଥିତ ଥିଲେ। ବରିଷ୍ଟ ଶିକ୍ଷକ ପଣ୍ଡିତ ପ୍ରତାପ ପତି ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି