ତୁଷୁରା କ୍ଲଷ୍ଟର ତରଫରୁ ବୁରୋମାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପ୍ରଧାନଙ୍କୁ ସେବା ନିବୃତ ସମ୍ବର୍ଦ୍ଧନା ଜ୍ଞାପନ
ବଲାଙ୍ଗୀର, ୩୧ ଜୁଲାଇ(ହି.ସ.) – ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା କ୍ଲଷ୍ଟର ଅଧିନସ୍ଥ ବୁରୋମାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପ୍ରଧାନଙ୍କୁ ତୁଷୁରା କ୍ଲଷ୍ଟର ତରଫରୁ ସେବା ନିବୃତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସିଆର୍‌ସିସି ଜଗମୋହନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍
*ତୁଷୁରା କ୍ଲଷ୍ଟର ତରଫରୁ ବୁରୋମାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପ୍ରଧାନଙ୍କୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ଜ୍ଞାପନ*


*ତୁଷୁରା କ୍ଲଷ୍ଟର ତରଫରୁ ବୁରୋମାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପ୍ରଧାନଙ୍କୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ଜ୍ଞାପନ*


ବଲାଙ୍ଗୀର, ୩୧ ଜୁଲାଇ(ହି.ସ.) – ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା କ୍ଲଷ୍ଟର ଅଧିନସ୍ଥ ବୁରୋମାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପ୍ରଧାନଙ୍କୁ ତୁଷୁରା କ୍ଲଷ୍ଟର ତରଫରୁ ସେବା ନିବୃତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସିଆର୍‌ସିସି ଜଗମୋହନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତା ରାଣୀ ଭୋଇ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ, ବିପିନ ବାଗ, ପୂର୍ବତନ ଏସ୍‌.ଆଇ. ଭକ୍ତ ରଞ୍ଜନ ଭୋଇ ଓ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଦୁଷ୍ମନ୍ତ କୁମୁରା ଯୋଗ ଦେଇଥିଲେ। ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ସଭା ସଂଚାଳନ କରିଥିଲେ ଓ ଅନ୍ତର୍ଯ୍ୟାମୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପ୍ରଧାନ ଶିକ୍ଷକ ପ୍ରମୋଦ ନାଏକ, ଦୁତିଆ ସେଠ, ମନ୍ମଥ ରାଜହଂସ, ଚନ୍ଦ୍ରଧ୍ୱଜ ମେହେର, ଭାନୁମତି ଛତ୍ରିଆ, ଗୀତାଞ୍ଜଳି ପ୍ରଧାନ, ବିଦ୍ୟୁତ ଲତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା କ୍ଲଷ୍ଟର ତରଫରୁ ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଧାନଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande