ମାଦିକୁନ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
Farwell to HM Madikunda UP School
ଫୋଟ


କନ୍ଧମାଳ, ୩୧ ଜୁଲାଇ(ହି.ସ.) – ଫୁଲବାଣୀ ସ୍ଥିତ ମାଦି କୁନ୍ଦ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରେ ଆଜି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ହରିପ୍ରିୟା ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଦ୍ୟାଳୟ ର ସମସ୍ତ ସହକର୍ମୀ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସାହୁଙ୍କ ୧୧ ମାସ କାର୍ଯ୍ୟ କାଳ ମଧ୍ୟରେ ଅନୁଷ୍ଠାନର ବହୁ୍ୱିଧ ଉର୍ନତିମୂଳକ କାର୍ଯ୍ୟର ଭୁୟସୀ ପ୍ରଂଶସା କରିଥିଲେ। ସେହିପରି ସିଆରସି ଶ୍ରୀମତୀ ସରିତା ମହାରଣା ମଧ୍ୟ ପ୍ରଧାନ ଶିକ୍ଷୟତ୍ରୀ ବିଭିର୍ନ ବିଦ୍ୟାଳୟରେ କାମ କରି କିପରି କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ତାହା ବର୍ଣ୍ଣନା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରୁଦ୍ର ପ୍ରସାଦ ମିଶ୍ର ଶ୍ରୀମତୀ ସାହୁଙ୍କ କାର୍ଯ୍ୟଶୈଳୀ ଉଚ୍ଚକୋଟୀର ବୋଲି କହିଥିଲେ। ଶେଷରେ ବିଦ୍ୟାଳୟ ପକ୍ଷରୁ ଶ୍ରୀମତୀ ସାହୁଙ୍କୁ ଉପଢୌକନ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କୁନିକୁନି ଛାତ୍ରୀ ମାନେ ଗୋଲାପ ପ୍ରଦାନ କରି ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବିଦାୟ ଦେଇଥିଲେ। ଏହି ଅବସରରେ ପୁରାତନ ଛାତ୍ର କାର୍ତିକେଶ୍ୱର ନାୟକ ମଧ୍ୟ ନିଜ ତରଫରୁ ଉପହାର ଦେଇ ସମ୍ବର୍ଦ୍ଧିତ କରି ଥିଲେ। ପୂର୍ବରୁ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବତ୍କୃତ। ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀଙ୍କୁ ଏହି ସ୍ୱତନ୍ତ୍ର ଉଛବ ରେ ଅନୁଷ୍ଠାନ ର ଉପସଭାପତି ଶୁଭେନ୍ଦୁ ତ୍ରିପାଠୀ, ସୁବାସ ଚନ୍ଦ୍ର ପ୍ରଧାନ ଓ ସମ୍ପାଦକ କାର୍ତିକେଶ୍ୱର ନାୟକ ପୁରସ୍କୃତ କରିଥିଲେ। ଶେଷରେ ବିଦ୍ୟାଳୟ ପରିସରରେ ଟ୍ରଷ୍ଟ ପକ୍ଷରୁ ଆମ୍ବ, ପଣସ, ଲିଚୁ ଓ ପିଜୁଳି ଆଦି ଫଳ ବୃକ୍ଷ ରୋପଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande