ସମ୍ବଲପୁର, ୩୧ ଜୁଲାଇ (ହି.ସ.) ଆଜି ଫାଇଲେରିଆ ରୋଗ ନିରାକରଣ ପାଇଁ ସାମୂହିକ ବଟିକା ସେବନ, ଜାତୀୟ କୀଟନାଶକ ଦିବସ, ମାଲେରିଆ ପ୍ରତିରୋଧକ ମାସ ଓ ଡେଙ୍ଗୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିମନ୍ତେ ଦ୍ଵିତୀୟ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ) ଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ସୂଚନା ଅନୁଯାୟୀ ଆଗାମୀ ଅଗଷ୍ଟ ମାସ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଲିମ୍ଫାଟିକ ଫାଇଲେରିଆ ନିରାକରଣ ପାଇଁ ବ୍ୟାପକ ଔଷଧ ବିତରଣ (MDA) ଆୟୋଜିତ ହେବ।ଏହି ବୈଠକ ରେ ଆଗାମୀ ଅଗଷ୍ଟ ମାସ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାମୂହିକ ବଟିକା ସେବନ ସମ୍ବନ୍ଧିତ ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିବା ସହିତ ବିଭିନ୍ନ ବିଭାଗର ଦାୟିତ୍ବ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ସମସ୍ତ ବିଭାଗ ଯଥା ସ୍କୁଲ୍ ଓ ଗଣଶିକ୍ଷା ବିଭାଗ, ପଂଚାୟତରାଜ ବିଭାଗ, ହରିଜନ ଓ ଆଦିବାସୀ କଲ୍ୟାଣ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ନଗର ଉନ୍ନୟନ ବିଭାଗ ଓ ମିଶନ ଶକ୍ତି ବିଭାଗର ଅଧିକାରୀଙ୍କୁ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଦିଆଯାଇଥିବା କାର୍ଯ୍ୟ କୁ ସୁଚାରୁ ରୂପେ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ତ ବିଭାଗୀୟ ସମନ୍ୱୟ ବୈଠକରେ ସମସ୍ତ ଜିଲ୍ଲାର ଅଧିକାରୀଗଣ ଡେଙ୍ଗୁ ଓ ମେଲେରିଆ ରୋଗ ନିରାକରଣ ପାଇଁ ପଦକ୍ଷେପ ନିଆଗଲା।ଏହି କାର୍ଯ୍ୟକ୍ରମ ପଞ୍ଚାୟତ ଓ ଗ୍ରାମ ସ୍ତରରେ ଆୟୋଜନ କରାଯିବ।MDA କାର୍ଯ୍ୟକ୍ରମରେ କରାଯିବ ଯେଉଁଥିପାଇଁ ନିର୍ଦ୍ଧାରିତ ସ୍ଥଳ/ବୁଥ ପ୍ରଣାଳୀ (Fixed Site/Booth Approach),ଘରେ-ଘରେପହଞ୍ଚି (House to House Approach) ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘରରେ ପହଞ୍ଚି ଔଷଧ ପାନ କରାଯିବ। ଜିଲ୍ଲାର ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ରରେ ରୋଗୀ ଓ ସହଯୋଗୀଙ୍କ ପାଇଁ ମଧ୍ୟ ଏହି ସୁବିଧା ରହିବ।ବିଶେଷ ସ୍ଥାନଗୁଡ଼ିକ — ଶିକ୍ଷାଳୟ, କାର୍ଯ୍ୟାଳୟ, ଶିଳ୍ପ ପ୍ରତିଷ୍ଠାନ, କାରାଗାର, RWA ଇତ୍ୟାଦିରେ ବିଶେଷ ଦଳ ପଠାଯିବ। ଔଷଧ ବିତରଣ ପାଇଁ ଆଶାକର୍ମୀ ଙ୍କୁ ନିଯୋଜିତ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ