କେନ୍ଦୁଝର, ୩୧ ଜୁଲାଇ (ହି.ସ.) - ଶ୍ରୀ ଅନ୍ନ ଅଭିଯାନ ଅନ୍ତର୍ଗତରେ ମିଲ୍ଲେଟ ଅନ୍ ୱିଲ୍ସ ର ଉଦ୍ଘାଟନୀ କାର୍ଯ୍ୟକ୍ରମ ଆଜି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ,କେନ୍ଦୁଝଠାରେ ଅନୁଷ୍ଠିତ ହୋଇଅଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, କେନ୍ଦୁଝର ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ,କେନ୍ଦୁଝର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ଯୋଜନା ଅଧିକାରୀ, ଶ୍ରୀ ଅନ୍ନ ଅଭିଯାନ, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର,କେନ୍ଦୁଝର, ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ଅଧିକାରୀ କାର୍ଯ୍ୟାଳୟଙ୍କ କର୍ମଚାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିସନ ଶକ୍ତୀ କେନ୍ଦୁଝର ଅନ୍ୟାନ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥି ସହିତ ମୁଖ୍ୟ ଜିଲ୍ଲା କୃଷି କାର୍ଯ୍ୟାଳୟ, କେନ୍ଦୁଝରଠାରେ ମିଲେଟ୍ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA