ଲ୍ୟାମ୍ପରେ ମିଳୁନି ସାର, ବଢୁଛି କଲା ବଜାରୀ
ସମ୍ବଲପୁର, ୩୧ ଜୁଲାଇ (ହି.ସ.)ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ ଲ୍ୟାମ୍ପସରେ ମିଳୁନାହିଁ ସାର। ଲ୍ୟାମ୍ପାସରେ ସାର ଯୋଗାଇବାକୁ ବିଫଳ ହୋଇଛି ପ୍ରଶାସନ। ସାର ନ ମିଳୁଥିବାରୁ ଫାଶୀମାଲ ଅଞ୍ଚଳରେ ବଢୁଛି ସାର କଳା ବଜାର। ବର୍ତମାନ ଚାଷ କାର୍ଯ୍ୟ ଜୋର ସୋର ରେ ଚାଲୁଥିବା ବେଳେ ଚାଷୀଙ୍କୁ ସାର ଯୋଗାଇପାରୁନାହାନ୍ତି ପ୍ରଶାସନ। ପ୍ରଶାସନ ପକ୍ଷରୁ ଜମନକିରା ବ୍ଲକରେ ତିନୋଟି ଲ୍ୟାମ୍ପ ରେ ସରକାରୀ ଦରରେ ବିଭିନ୍ନ ସାର ଯୋଗାଇଥାନ୍ତି ହେଲେ ଫାଶୀମାଲ ଲ୍ୟାମ୍ପରେ ସାର ଅଭାବରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଚାଷୀଙ୍କୁ ଲ୍ୟାମ୍ପରେ ସାର ନ ମିଳିପାରୁଥିବାରୁ ଚାଷୀଙ୍କୁ ବାଧ୍ୟ ହୋଇ ବାହାର ଦୋକାନରୁ ଚଢା ଦରରେ ସାର ନେବାକୁ ପଡୁଛି। ସରକାର ପ୍ରଶାସନ ଦ୍ୱାରା ବିଭିନ୍ନ ଅଞ୍ଚଳ ରେ ଡ଼ି.ଏ.ପି, ୨୦. ୨୦. ୦. ୧୩, ୟୁରିଆ ୧୬.୧୬.୧୬, ଏମ. ଓ. ପି, ୨୮.୨୮.୦, ନାନୋ ୟୁରିଆ, ନାନୋ ଡ଼ିଏପି ଆଦି ସାର ଯୋଗାଇ ଦେଇଥାନ୍ତି ହେଲେ ବର୍ତମାନ ଫାଶୀମାଲ ଲ୍ୟାମ୍ପସରେ ସାର ଅଭାବ ଦେଖିବାକୁ ମିଳୁଛି ଅନ୍ୟ ପକ୍ଷରେ ଚାଷୀ ଦୈନନ୍ଦିନ ବିଲରେ ଚାଷ କାମ ଛାଡି ଲ୍ୟାମ୍ପସ କୁ ସାର ନେବାକୁ ବାରମ୍ବାର ଆସୁଥିବା ବେଳେ ଲ୍ୟାମ୍ପସରେ ସାର ମିଳୁନାହିଁ ଯାହା ଫଳରେ ଚାଷୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାଜ୍ୟ ସରକାର ଧାନ କ୍ୟୁଣ୍ଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରୁଥିବା ବେଳେ ଚାଷୀ ଚାଷ କୁ ପ୍ରାଧାନ୍ୟ ଦେଉଛନ୍ତି ହେଲେ ଚାଷୀଙ୍କୁ ସାର ମିଳୁନଥିବାରୁ ଚାଷ କାର୍ଯ୍ୟ ଠିକ ଭାବେ ହୋଇପାରୁନାହିଁ ଅନ୍ୟ ପକ୍ଷରେ ଲ୍ୟାମ୍ପସ ରେ ସାର ନ ମିଳୁଥିବାରୁ ବାଧ୍ୟ ହୋଇ ଚାଷୀ ବାହାର ଦୋକାନରୁ ଅଧିକ ଟଙ୍କା ଦେଇ ସାର କିଣୁଥିବା ନଜରକୁ ଆସିଛି। ସରକାରୀ ଦରରେ ଡ଼ିଏପି ୧୩୫୦ ଟଙ୍କା ଥିବା ବେଳେ ବାହାରେ ୨୦୦୦ ଟଙ୍କା, ୨୦.୨୦.୦.୧୩ ସରକାରୀ ଦର ୧୩୦୦ ଥିବା ବେଳେ ବାହାରେ ୧୭୦୦ ଟଙ୍କା ୟୁରିଆ ୨୬୬.୫୦ ଟଙ୍କା ଥିବା ବେଳେ ବାହାରେ ୫୦୦ ଟଙ୍କା, ୨୮.୨୮.୦ ସରକାରୀ ଦର ୧୭୦୦ ଥିବା ବେଳେ ବାହାରେ ୧୯୦୦ ଟଙ୍କା ରହୁଛି ଏବଂ ଅଧିକ ଟଙ୍କା ଦେଇ ଚାଷୀ କିଣିବାକୁ ବାଧ୍ୟ ହେଉଛନ୍ତି ଏପରିକି ଚାଷୀଙ୍କୁ କାହିଁକି ଅଧିକ ଟଙ୍କାରେ ସାର କିଣୁଛ ବୋଲି ପଚାରିବାରୁ କଣ କରିବୁ ଆଂଜ୍ଞା ଫାଶୀମାଲ ଲ୍ୟାମ୍ପ ରେ ସାର ମିଳୁନାହିଁ ଠିକ ସମୟରେ ସାର ନ ଦେଲେ ଚାଷ କାମ ଆଗେଇ ପାରିବ ନାହିଁ ଏବଂ ଅଧିକ କ୍ଷତି ହେବ ଏଣୁକରି ବାଧ୍ୟ ହୋଇ ବାହାରୁ ଅଧିକ ଦାମ ଦେଇ କିଣି ଚାଷ କରିବାକୁ ପଡୁଛି। ଏଣୁକରି କୁଚିଣ୍ଡା ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଫାଶୀମାଲ ଲ୍ୟାମ୍ପ ରେ ସାର ଅଭାବୀ ଦୂର କରିବାକୁ ସାଧାରଣ ଚାଷୀମାନେ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ