କୋରେଇ, ୩୧ ଜୁଲାଇ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଓଉପଦା ଡାଇଭରସନ ନିକଟରେ ଆଜି ପରିବହନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଯାଜପୁର ପରିବହନ ଅଧିକାରୀଙ୍କ ନିର୍ଦ୍ଦଶରେ ଏମଭିଆଇ ପି. କେ ବେହେରା, ଟି କିଶୋର, ଟି. ହିରୋ ଓ ରାଜପଥ ପେଟ୍ରୋଲିଂଗ ଅଧିକାରୀ ଅଶୋକ ବଳ, ସନ୍ତୋଷ କୁମାର ବେହେରା, ଗୋପ ଦାସ ପ୍ରମୁଖ ସଦଳବଳେ ବେଆଇନ ପାର୍କିଂଗ, ରଂଗରୁଟରେ ଗାଡି ଚଳାଚଳ ଓ ହେଲମେଂଟ ଯାଂଚ କରିଥିଲେ । ଏହି ଯାଂଚ ସମୟରେ ନିୟମ ଭାଂଗୁଥିବା ଚାଳକଙ୍କ ଠାରୁ ୫୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ପରିବହନ ବିଭାଗ ସୂତ୍ରରୁ ପ୍ରକାଶ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ