ବାରିପଦା, ୩୧ ଜୁଲାଇ(ହି.ସ.) – ଡାକ ବିଭାଗ ପକ୍ଷରୁ ଗ୍ରାହକମାନଙ୍କୁ ଅଧିକ ସୁବିଧା ଓ ଉତ୍କୃଷ୍ଟ ମାନର ତ୍ୱରିତ ସେବା ପ୍ରଦାନ ନିମନ୍ତେ ମୟୁରଭଞ୍ଜ ଡାକ ମଣ୍ଡଳ ଅଧୀନ ସମସ୍ତ ଡାକଘରେ ଆଡ଼ଭାନ୍ସ ପୋଷ୍ଟାଲ ଟେକ୍ନୋଲୋଜି - ୨. ୦ ଲାଗୁ ହେବାକୁ ଯାଉଅଛି। ଏଣୁ ଆସନ୍ତା ଅଗଷ୍ଟ ୨ ଶନିବାର ମୟୂରଭଞ୍ଜ ଡାକ ମଣ୍ଡଳ ଅଧିନସ୍ଥ ବାରିପଦା ମୁଖ୍ୟ ଡାକ ଘର, ସମସ୍ତ ଉପ ଡାକଘର ଓ ଶାଖା ଡାକଘରମାନଙ୍କରେ ଦୈନନ୍ଦିନ ଡାକସେବା ବନ୍ଦ ରହିବ ବୋଲି ମୟୂରଭଞ୍ଜ ଡାକ ମଣ୍ଡଳ ଅଧିକ୍ଷକ ଜଗଦୀଶ ଦାଶ ସୂଚନା ଦେବା ସହ ସମସ୍ତ ଗ୍ରାହକ ତଥା ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ