ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ୍ ରେ ସମ୍ବଲପୁରୀ କବିତା ପାଠ ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ସମ୍ବଲପୁର, ୩୧ ଜୁଲାଇ (ହି.ସ.) - ସମ୍ବଲପୁରର ଅଗ୍ରଣୀ ପଶ୍ଚିମାଂଚଳ ଏକତା ମଂଚ ପକ୍ଷରୁ ଗୁରୁବାର ଚଳିତ ବର୍ଷର ରାଜ୍ୟସ୍ତରୀୟ ସମ୍ବଲପୁରୀ ଦି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବାହ୍ନରେ ସମ୍ବଲପୁରୀ କବିତା ପାଠ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପଶ୍ଚିମାଂଚଳ ଲେଖକ ମଂଚର ସଂଯୋଜକ ଡଃ ସ୍ୱୟଂ ପ୍ରକାଶ ପଣ
ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ୍ ରେ ସମ୍ବଲପୁରୀ କବିତା ପାଠ ଓ ସାଂସ୍କୃତିକ କାର୍ଯ୍ୟକ୍ରମ


ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ୍ ରେ ସମ୍ବଲପୁରୀ କବିତା ପାଠ ଓ ସାଂସ୍କୃତିକ କାର୍ଯ୍ୟକ୍ରମ


ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ୍ ରେ ସମ୍ବଲପୁରୀ କବିତା ପାଠ ଓ ସାଂସ୍କୃତିକ କାର୍ଯ୍ୟକ୍ରମ


ସମ୍ବଲପୁର, ୩୧ ଜୁଲାଇ (ହି.ସ.) - ସମ୍ବଲପୁରର ଅଗ୍ରଣୀ ପଶ୍ଚିମାଂଚଳ ଏକତା ମଂଚ ପକ୍ଷରୁ ଗୁରୁବାର ଚଳିତ ବର୍ଷର ରାଜ୍ୟସ୍ତରୀୟ ସମ୍ବଲପୁରୀ ଦି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବାହ୍ନରେ ସମ୍ବଲପୁରୀ କବିତା ପାଠ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପଶ୍ଚିମାଂଚଳ ଲେଖକ ମଂଚର ସଂଯୋଜକ ଡଃ ସ୍ୱୟଂ ପ୍ରକାଶ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବଲପୁରୀ କବିତା ପାଠୋତ୍ସବରେ ମୋଟ୍ ୫୨ ଜଣ ସମ୍ବଲପୁରୀ କବି ସ୍ୱରଚିତ କବିତା ପାଠ କରିଥିଲେ। ଏଥିରେ ମୂଖ୍ୟ ଅତିଥି ଭାବେ ଡକ୍ଟର ଶ୍ୟାମସୁନ୍ଦର ଧର, ସମ୍ମାନିତ ଅତିଥି ଭାବେ କବି, ଗୀତିକାର ତଥା ଗାୟକ ମୋତିଲାଲ ଦୋରା ଏବଂ ମୁଖ୍ୟବକ୍ତା ଭାବେ ସମ୍ବଲପୁରୀ କବି ତଥା ଗବେଷକ ମୁକ୍ତକଣ୍ଠ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଡ଼ ଧର ନିଜ ବ୍ୟକ୍ତବରେ କହିଥିଲେ ଯେ, ସମ୍ବଲପୁରୀ ଦିନ ଦିନକୁଦିନ ନୁଆଁଖାଇ ଭଲି ଦେଶ ବିଦେଶରେ ପ୍ରସାରିତ ହୋଇ ଚାଲିଛି। ଗୁରୁ ସତ୍ୟନାରାୟଣ ବହିଦାର ଙ୍କର ସାରା ଜୀ୍ୱନର ସଂଘର୍ଷର ପରିଣାମ ମିଳିଛି। ସେହିପରି ମୁଖ୍ୟ ବକ୍ତା ମୁକ୍ତକଣ୍ଠ ପ୍ରଧାନ କହିଥିଲେ ସମ୍ବଲପୁରୀ ଭାଷାରେ ଲେଖୁଥିବା କବି ମାନଙ୍କୁ, ସମ୍ବଲପୁରୀ ଗାୟକ ମାନଙ୍କୁ ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିସାରିଛନ୍ତି। ତଥାପି ସମ୍ବଲପୁରୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ପାଇଁ ଆନ୍ଦୋଳନ କରିବାକୁ ପଡ଼ିବା ଦୁର୍ଭାଗ୍ୟଜନକ। ସମ୍ବଲପୁରୀ କବିତା ପାଠ ଉତ୍ସବକୁ

ପଙ୍କଜିନୀ ମେହେର, ଲଳିତ ବେବର୍ତା ଏବଂ ସୁଷମା ପ୍ରଧାନ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମର ସଂଯୋଜକ ଡଃ ପ୍ରମୋଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପଶ୍ଚିମାଂଚଲ ଏକତା ମଂଚର ଲଳିତା ଭୋଇ, ଜୁଲି ମହାପାତ୍ର, ଝୁନୁ ତ୍ରିପାଠୀ, ଯାମିନୀ ଠାକୁର, ନର୍ମଦା ପ୍ରଧାନ, ଭୂମିସୁତା ମେହେର, ପଙ୍କଜିନୀ ବୈଠକ୍ଷରୁ, ସଂଘମିତ୍ରା ପଣ୍ଡା, ଛବି ପତି, କାନ୍ତି ମେହେର, ଅଳକା ମହାପାତ୍ର, ଶୋଭାଗିନୀ ପଟେଲ ଆୟୋଜନରେ ସହଯୋଗ କରି ଥିଲେ । ସେହିପରି ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପଦ୍ମଶ୍ରୀ ଡଃ ଜିତେନ୍ଦ୍ର ହରିପାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଦେବୀପ୍ରସାଦ ଭୋଇଙ୍କ ନେତୃତ୍ୱରେ ମାଁ ସମଲେଇ ଏବଂ ଗୁରୁ ସତ୍ୟନାରାୟଣ ବହିଦାର ଙ୍କର ପ୍ରତିମୂର୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଡ଼ ହରିପାଲ ସମ୍ବଲପୁରୀ ଭାଷାର ମଧୁରତା ସହ ଗୁରୁ ସତ୍ୟନାରାୟଣ ବହିଦାର ଙ୍କର ଆଶିର୍ବାଦ ସମସ୍ତଙ୍କୁ ଯୋଡି ପାରିଥିବା କହିଥିଲେ। ଏଥିରେ ୨୫ ଟି ସାଂସ୍କୃତିକ ଦଲ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ପଶ୍ଚିମାଂଚଳ ଏକତା ମଂଚର ସାଂସ୍କୃତିକ ସଂଯୋଜକ ଦଶରଥ ମେହେର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ କୁ ସତ୍ୟନାରାୟଣ ସାହୁ, ବିରୁପାକ୍ଷ ପ୍ରଧାନ, ଶ୍ୟାମଳୀ ପତି, ସ୍ୱାଗତିକା ପଣ୍ଡା ସଂଯୋଜନା କରିଥିଲେ। ଏହି ଅବସରରେ ଚିତ୍ରାଙ୍କନ, ଫଟୋ ଏବଂ ସମ୍ବଲପୁରୀ ରିଲ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସମ୍ବଲପୁରୀ ଦିନ କାର?୍ୟ୍ୟକ୍ରମ ପାଇଁ ଖାଦ୍ୟ ଏବଂ ସମ୍ବଲପୁରୀ କପଡା ଷ୍ଟଲ ଲଗାଯାଇଥିଲା କାର୍ଯ୍ୟକ୍ରମ ଆୟୋଜନ ରେ ରାହୁଲ ଗୁପ୍ତା, ରାଜେଶ ସ୍ୱାଇଁ, ନିଶିକାନ୍ତ ବିଶ୍ୱାଳ, ଅମିତାଭ ମାଝୀ, ସନ୍ତୋଷ ବଢ଼ାଇ, କିଶୋର ଧରେଇ, ସୁବ୍ରତ ପ୍ରଧାନ, ପ୍ରେମ ସାହାଣୀ, ଶୂଭମ ସାହୁ, ଅବିନାଶ କଂଟା, ବଣ୍ଣାଲୀ ସାହୁ, ହିମାଂଶୁ ସାହୁ, ଶିବଶଙ୍କର ନାଥ, ଶଶାଙ୍କ ଥାପା ଶଙ୍କର ମେହେର, ସୁରେନ୍ଦ୍ର ବଗର୍ତି ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande