ବିଦାୟକାଳୀନ ସମ୍ବର୍ଦ୍ଧନା
କେନ୍ଦୁଝର, ୩୧ ଜୁଲାଇ (ହି.ସ.)- ଆକାଶ ବାଣୀ କେନ୍ଦୁଝର କେନ୍ଦ୍ରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରି ଆସୁଥିବା ଆତ୍ମେଶ୍ଵର ଝା ଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଆକାଶ ବାଣୀ, କେନ୍ଦୁଝରର ପୂର୍ବତନ ସୁନାମଧନ୍ୟ ଘୋଷକ ସିପାଇ ମୁର୍ମୁ, କେନ୍ଦ୍ରର ପୂର୍ବତନ କ
ବିଦାୟକାଳୀନ ସମ୍ବର୍ଦ୍ଧନା


କେନ୍ଦୁଝର, ୩୧ ଜୁଲାଇ (ହି.ସ.)- ଆକାଶ ବାଣୀ କେନ୍ଦୁଝର କେନ୍ଦ୍ରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରି ଆସୁଥିବା ଆତ୍ମେଶ୍ଵର ଝା ଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଆକାଶ ବାଣୀ, କେନ୍ଦୁଝରର ପୂର୍ବତନ ସୁନାମଧନ୍ୟ ଘୋଷକ ସିପାଇ ମୁର୍ମୁ, କେନ୍ଦ୍ରର ପୂର୍ବତନ କୃଷି ସମାଚାର ସଂଯୋଜକ ପ୍ରଫୁଲ୍ଲ କୁମାର ସାହୁ, ଆଞ୍ଚଳିକ ମହାବିଦ୍ୟାଳୟ, ଝାଡ଼ବେଲଦାର ଅର୍ଥ ବିଭାଗ ପ୍ରାଧ୍ୟାପକ ଅମିୟ କୁମାର ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟ ରଥ ମୁଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ମହେନ୍ଦ୍ର କୁମାର ମହାନ୍ତ, ପାଲା ଗାୟକ ଦେବବ୍ରତ ରଣା, ଅଗ୍ରଣୀ ଚାଷୀ କାଳୀ ଚରଣ ମୁର୍ମୁ, ଆକାଶବାଣୀର ଅଗ୍ରଣୀ ଶ୍ରୋତା ସହ ଡମ୍ବରୁଧର ମହାନ୍ତ, ଅବସରପ୍ରାପ୍ତ ଗୋଷ୍ଠୀ କୃଷି ଅଧିକାରୀ ଚୋୖଧୁରୀ ଜେନାଙ୍କ ସମେତ ଆକାଶବାଣୀ, କେନ୍ଦୁଝରର ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କଳାକାର ଉପସ୍ଥିତ ଥିଲେ ।

ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ବକ୍ତାଗଣ ଶ୍ରୀ ଝା' ମହୋଦୟଙ୍କର ଜନ ସାଧାରଣଙ୍କ ପ୍ରତି ରହି ଆସିଥିବା ସେବା ମନୋଭାବ, କାର୍ଯ୍ୟ ଦକ୍ଷତା ଶୈଳୀ ଏବଂ ସହକର୍ମୀ ମାନଙ୍କ ପ୍ରତି କାର୍ଯ୍ୟରତ ଥିବା ସମୟରେ ଆନ୍ତରିକତାର ସହିତ ଆତ୍ମୀୟତା ମନୋଭାବ ପୋଷଣର ମହନୀୟତାକୁ ଗୁଣଗାନ କରି ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande