କେନ୍ଦୁଝର, ୩୧ ଜୁଲାଇ (ହି.ସ.) - ସରକାରୀ ମହିଳା ମହାବିଦ୍ୟାଳୟ,କେନ୍ଦୁଝର ରେ ରୋଟାରୀ କ୍ଲବ କେନ୍ଦୁଝର ସହଭାଗିତା ରେ ଦୁଇଦିନ ଧରି ଚାଲିଥିବା ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ର ଉଦଯାପିତ ହୋଇଯାଇଛି,ଯାହାର ଆଭିମୁଖ୍ୟ ଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟଗତ ଓ ମାନସିକ ଦୃଷ୍ଟିରୁ ସଚେତନ କରାଇବା। କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିଗଣ ଇଷ୍ଟ ଦେବୀ ମା ତାରିଣୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜୋଳନ କରିଥିଲେ।ଏହି ଅବସରରେ ସ୍ୱାସ୍ଥ୍ୟ ଓ ଛାତ୍ରୀ କଲ୍ୟାଣ ସମିତିର ଉପାଧ୍ୟକ୍ଷା ଗୀତାଞ୍ଜଳୀ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତକାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବ୍ୟାଖ୍ୟା କରିଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରୀ ତୃପ୍ତି ସଂଗୀତା ଶୁକ୍ଳା ମଂଚ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଲଳିତ ରଞ୍ଜନ ସାହୁ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିବା ସହ ସ୍ୱାସ୍ଥ୍ୟ ପ୍ରତି ସର୍ବଦା ସେଚେତନ ରହିବା ପାଇଁ ପ୍ରେରଣା ଦେଇଥିଲେ ।ଏହି ପରିପ୍ରେକ୍ଷୀରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟର ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ନିହାର ରଞ୍ଜନ ରଥ କିପରି ମାନସିକ ଦୁଶ୍ଚିନ୍ତାରେ ଥିବା ବ୍ୟକ୍ତି କେଉଁ ଉପାୟରେ ମୁକ୍ତି ପାଇପାରିବ,ବିଷାଦ ଓ ଚାପମୁକ୍ତରୁ ନିବୃତ ହେବାର ଉପାୟ ସମ୍ପର୍କରେ ପିଲାମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ରୋଟାରୀ କ୍ଳବ କେନ୍ଦୁଝରର ସଭାପତି ହରିହର ମହାନ୍ତ ଯୋଗ ଦେଇ କହିଥିଲେ ଯେ ରୋଗୀର କୌଣସି ଅସୁବିଧା ହେଲେ ଅନ୍ତତଃ ମୋତେ ଜଣାଇଲେ ମୁଁ ଆମ ସହଯୋଗିତାରେ ମାଗଣାରେ ଚିକିତ୍ସା କରେଇବି। ବିଶିଷ୍ଟ ଦନ୍ତ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତାଙ୍କ ନେତୃତ୍ୱରେ ଆସିଥିବା ଏସ.ସି.ବି ଚିକିତ୍ସାଳୟର ସ୍ୱାସ୍ଥ୍ୟ ପ୍ରଫେସର ମାନଙ୍କ ତତ୍ୱାବଧାନରେ ଚିକିତ୍ସା କରିଥିଲେ। ସମ୍ମାନୀତ ଅତିଥି ଏସ.ସି.ବି ଚିକିତ୍ସାଳୟର ଦନ୍ତ ଚିକିତ୍ସକ ପ୍ରଫେସର ଡାକ୍ତର ଗୌରବ ଶର୍ମା ଦାନ୍ତର ଭୂମିକା କ'ଣ ଓ ଯତ୍ନ କିପରି ନେବେ ସେ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ।ଅନ୍ୟତମ ସହଯୋଗୀ ଦନ୍ତ ଚିକିତ୍ସକା ଡାକ୍ତର ଅନିଶା ଦତ ପିପିଟି ମାଧ୍ୟମରେ ପିଲାମାନଙ୍କର ଦାନ୍ତକୁ କିପରି ଯତ୍ନ ନେବେ ଓ ଦାନ୍ତର କେଉଁ ପ୍ରକାର ରୋଗକୁ କିପରି ଚିକିତ୍ସା କରିବେ ସେ ସଂପର୍କରେ ଜଣାଇଥିଲେ।ଦନ୍ତ ଚିକିତ୍ସକ ଡାକ୍ତର କ୍ରିଷ୍ଣା ପ୍ରିୟା ଓ କୁମାର କୁଲଦୀପ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ,ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନଙ୍କୁ ମାଗଣାରେ ଦନ୍ତ ଚିକିତ୍ସା କରିଥିଲେ ।ଏହି ସଭାରେ ଏନ୍.ଏସ୍.ଏସ୍ ଅଧିକାରିଣୀ ଡ଼. ନିବେଦିତା ଦାସ, ରେଡ କ୍ରସ ଅଧିକାରିଣୀ ଡ଼. ମୋନାଲିସା ଦାସ ବ୍ୟତୀତ ରେଡ୍ ରିବନ୍ କ୍ଲବ୍ ଅଧିକାରୀ ଅଧ୍ୟାପିକା ଡକ୍ଟର ବନିଶ୍ରୀ ଦାସଙ୍କ ସହଯୋଗିତାରେ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ରୋଟାରିଆନ ପ୍ରଶାନ୍ତ ସ୍ୱାଇଁ,ବିଜୟନାଥ କପୁର,ଅମୀୟ ବେହେରା,ସବିତା ବେହେରା,ରାଜଲକ୍ଷ୍ମୀ ସ୍ୱାଇଁ,ଡକ୍ଟର ମମତା ରାଣୀ ଜେନା,କେନ୍ଦୁଝର ଡେଭଲପମେଂଟ କାଉନସିଲ ର ଅଧ୍ୟକ୍ଷ ଡ଼ ସନ୍ଦୀପ କୁମାର ପଟ୍ଟନାୟକ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ଶତାଧିକ ଛାତ୍ରୀ ଉପସ୍ଥିତ ରହି ଶିବିରକୁ ସଫଳ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଶିକ୍ଷା ବିଭାଗ ମୁଖ୍ୟ ପ୍ରଫେସର ଡକ୍ଟର ରାମଚନ୍ଦ୍ର ମଲ୍ଲ ଧନ୍ୟବାଦ ଜ୍ଞାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA