ନୂଆନନ୍ଦ ହାଟୁଆରି ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରରରୁ ଚୋରି ଘଟଣା, ୨ ଗିରଫ, ଚୋରି ସମାଗ୍ରୀ ଜବତ
ଭଦ୍ରକ, ୩୧ ଜୁଲାଇ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ଥାନା ନୂଆନନ୍ଦ ପଂଚାୟତ ଅଧୀନ ହାଟୁଆରି ପ୍ରାଥମିକ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର-୨ରୁ ସୋମବାର ରାତିରେ ଚୋରି ହୋଇ ଥିଲା। ଏହି ଘଟଣାରେ ପୁଲିସ ୨୬୦/୨୫ରେ ଏକ ମକଦ୍ଦମା ରଜୁ କରି ତଦନ୍ତ ଚଳାଇଥିଲା। ପୁଲିସ ବୁଧବାର ଏହି ଘଟଣାରେ ସମ୍ପୃକ୍ତ ଥିବା ସାବରଙ୍
SCHOOL CORI AVIJUKTA GIRAF


ଭଦ୍ରକ, ୩୧ ଜୁଲାଇ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ଥାନା ନୂଆନନ୍ଦ ପଂଚାୟତ ଅଧୀନ ହାଟୁଆରି ପ୍ରାଥମିକ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର-୨ରୁ ସୋମବାର ରାତିରେ ଚୋରି ହୋଇ ଥିଲା। ଏହି ଘଟଣାରେ ପୁଲିସ ୨୬୦/୨୫ରେ ଏକ ମକଦ୍ଦମା ରଜୁ କରି ତଦନ୍ତ ଚଳାଇଥିଲା। ପୁଲିସ ବୁଧବାର ଏହି ଘଟଣାରେ ସମ୍ପୃକ୍ତ ଥିବା ସାବରଙ୍ଗ ଥାନା ଅଧୀନ ଗୋରାମାଟି ଗ୍ରାମର କୃଷ୍ଣଚନ୍ଦ୍ର ମଳିକ ଓ ସୁରେଶ ସେଠୀଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ନୂଆନନ୍ଦ ଗ୍ରାମ ନିକଟସ୍ଥ ଏକ ବଣୁଆ ସ୍ଥାନରୁ ଚୋରି ହୋଇଥିବା ୨ଟି ଗ୍ୟାସ୍ ସିଲିଣ୍ଡର ଓ ଆକ୍ୱାଗାର୍ଡ଼କୁ ପୁଲିସ ଜବତ କରିଥିବା ବେଳେ ପାଣି ମୋଟରଟି ମିଳି ପାରିନଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ ଯେ, ସ୍କୁଲ ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ସୋମବାର ସ୍କୁଲ ଛୁଟି ହେବା ପରେ ଅପରାହ୍ନ ୫ଟା ବେଳେ ସ୍କୁଲ ଓ ଗେଟ୍‌ରେ ତାଲା ପକାଇ ଯାଇଥିଲେ। ମଙ୍ଗଳବାର ସ୍କୁଲ ଗେଟ୍ ଖୋଲିବା ପରେ ସ୍କୁଲ କାର୍ଯ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରର ତାଲା ଭଙ୍ଗାଯାଇଥିବା ଦେଖିଥିଲେ। ପରେ ପ୍ରଧାନ ଶିକ୍ଷକ ସ୍କୁଲ କମିଟି କର୍ମକର୍ତା ଓ ଗ୍ରାମବାସୀଙ୍କୁ ଚୋରି ସମ୍ପର୍କରେ ଜଣାଇଥିଲେ। ସ୍କୁଲ କମିଟି କର୍ମକର୍ତା ଓ ଗ୍ରାମବାସୀ ସ୍କୁଲରେ ପହଂଚି ଦେଖିଥିଲେ ଯେ ସ୍କୁଲରେ ଥିବା ପାଣି ମୋଟର ଓ ଆକ୍ୱାଗାର୍ଡ଼ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରରୁ ୨ଟି ଗ୍ୟାସ୍ ଟାଙ୍କି ଓ ତାଲା ଚୋରି ହୋଇଛି। ପରେ ପ୍ରଧାନ ଶିକ୍ଷକ ସେକ୍ ଫଜଲୁର ରହେମାନ ଓ ଅଙ୍ଗନୱାଡ଼ି କର୍ମୀ ରଶ୍ମିତା ଦାସ ଏ ନେଇ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ। ତିହିଡ଼ି ଥାନା ଏସଆଇ ଅସ୍ମିତା ପ୍ରଧାନ ଓ ଏଏସଆଇ ଲକ୍ଷ୍ମଣ ମାରାଣ୍ଡି ତଦନ୍ତ କରିଥିଲେ। ମାତ୍ର ବୁଧବାର ତିହିଡ଼ି ଥାନା ଏଏସଆଇ ମାନସ ଶତପଥି ନୂଆନନ୍ଦ ଗ୍ରାମକୁ ଯାଇ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଚୋରି ସାମଗ୍ରୀକୁ ଜବତ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande