ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ଜୟପୁର, ୩୧ ଜୁଲାଇ (ହି.ସ.) ଜୟପୁର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ଜୟପୁର ତରଫରୁ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଜ୍ୟୋତି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦେବୀ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଜୟପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧ
ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ


ଜୟପୁର, ୩୧ ଜୁଲାଇ (ହି.ସ.)

ଜୟପୁର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ଜୟପୁର ତରଫରୁ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଜ୍ୟୋତି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦେବୀ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଜୟପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ଶତପଥିଙ୍କୁ ଅବସରକାଳୀନ, ପ୍ରିୟମ୍ବଦା ପାତ୍ର ଏବଂ ବିଭାଗୀୟ ଅଧିକାରୀ ପଦ୍ମେଶ୍ଵର ବିଷୋୟୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜୟପୁରଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ନୂତନ ଭାବେ କାର୍ଯ୍ୟରେ ଯୋଗଦାନ କରିଥିବା ବିଭାଗୀୟ ଅଧିକାରୀ ରାଜେନ୍ଦ୍ର କୁମାର ପାରିହି, ଭାରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ କେ.ଗୋପାଳ ଓ ସୋମନାଥ ଗାଦବାଙ୍କ ସମେତ ସାତ ଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଙ୍କୁ ଏହି ସଭାରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ସଂଘର ଉପଦେଷ୍ଟା ଲକ୍ଷ୍ମୀକାନ୍ତ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଉପଦେଷ୍ଟା ପି. ହରିଶ୍ଚନ୍ଦ୍ର ରାଓ ଏବଂ ଆଇନ ପରାମର୍ଶ ଦାତା ତ୍ରିନାଥ ସିଂ ଲାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ପ୍ରଦୀପ କୁମାର ମିଶ୍ର, ମହିଳା ଉପାସଭାନେତ୍ରୀ ମମତା ମହାପାତ୍ର, କୋଷାଧକ୍ଷ ପୁରନ୍ଧର ନାୟକ, ଜ୍ୟୋତିରାଣୀ ପଣ୍ଡା,ସହ ସମ୍ପାଦକ ମନୋରଞ୍ଜନ ପଲାଇ,ଦୀପକ କୁମାର ଦାସ, ସାଗର ତ୍ରିପାଠୀ, ରଂଜିତ ମହାନ୍ତି, ମନୋଜ ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ସଭାରେ ଜୟପୁର ବ୍ଲକରେ କାର୍ଯ୍ୟରତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande