ସୁଭଦ୍ରା ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର,୩୧ ଜୁଲାଇ (ହି.ସ)- ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ‘ସୁଭଦ୍ରା’ ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟି ବୈଠକ ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସୁଭଦ୍ରା ଯୋଜନାର ପ୍ରଭାବୀ କାର୍ଯ୍ୟକାରିତ
ସୁଭଦ୍ରା ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ


ଭୁବନେଶ୍ୱର,୩୧ ଜୁଲାଇ (ହି.ସ)- ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ‘ସୁଭଦ୍ରା’ ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟି ବୈଠକ ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସୁଭଦ୍ରା ଯୋଜନାର ପ୍ରଭାବୀ କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା ଓ ତଦାରଖ କରିବା ସହ ଯୋଜନାର ଆଗାମୀ କାର୍ଯ୍ୟାନ୍ୱୟନ ଉପରେ ସୁଚିସ୍ଥିତ ପରାମର୍ଶ ପ୍ରଦାନ କରିଥିଲେ । ସୁଭଦ୍ରା ହିତାଧିକାରୀମାନେ ସରକାରଙ୍କ ଅନ୍ୟ ବିଭିନ୍ନ ଯୋଜନାରୁ ଲାଭ ଉଠାଇ କିପରି ସାମଗ୍ରିକ ଆର୍ôଥକ ସଶକ୍ତିକରଣ ହୋଇପାରିବେ, ସେ ସଂପର୍କରେ ଶ୍ରୀ ଆହୁଜା ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସୁଭଦ୍ରା କାର୍ଯ୍ୟକାରିତା ସମ୍ବନ୍ଧରେ ବିସ୍ତୃତ ଉପସ୍ଥାପନ କରି ଯୋଜନାରେ ଅବଲମ୍ବନ କରାଯାଇଥିବା ଉତ୍ତମ ଅଭ୍ୟାସ ଓ ଅଭିନବତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ ।

ଏଯାବତ ସୁଭଦ୍ରାରେ ୧ କୋଟି ୯ ଲକ୍ଷ ୮୭ ହଜାର ୮୯୪ ଆବେଦନ ପତ୍ର ପ୍ରାପ୍ତ ହୋଇଛି । ୧ କୋଟି ୨ ଲକ୍ଷ ୮୦ ହଜାର ୯୨ଜଣ ହିତାଧିକାରୀ ସୁଭଦ୍ରାର ପ୍ରଥମ କିସ୍ତି ପାଇଥିୟବା ବେଳେ ୧ କୋଟି ୯୬ ହଜାର ୩୦୭ ଜଣ ହିତୀୟ କିସ୍ତି ପାଇଛନ୍ତି । ପରିବାରରେ ୪ ଚକିଆ ଯାନ ଥିପବା, ୨୧ ବୟସରୁ କମ ଓ ୬୦ ବୟସରୁ ଅଧୂକ, ପରିବାର ରୋଜଗାର ୨.୫ ଲକ୍ଷରୁ ଅଧିକ, ସରକାରୀ ଚାକିରି କରିଥିରବା ଅବା ପେନସନ ପାଉଥିଅବା ପରିବାର ଓ ଏହି ଭଳି ବିଭିନ୍ନ ୧୫ଟି କାରଣରୁ ୫ ଲକ୍ଷ ୮୨ ହଜାର ୮୦୦ ଜଣ ମହିଳା ସୁଭଦ୍ରା ସହାୟତାରୁ ବାଦ ପଡିଛନ୍ତି । ୨୦୨୫ – ୨୬ ଆର୍ôଥକ ବର୍ଷରେ ୬୦ ବୟସ ହୋଇଯାଇଥିବା ୯୩ ହଜାର ୭୯୨ ସୁଭଦ୍ରା ହିତାଧିକାରୀ ତୃତୀୟ କିସ୍ତିରୁ ବାଦ ପଡ଼ିଛନ୍ତି ବୋଲି ଏହି ବିଭାଗୀୟ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି । ୬୦ ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ତାଲିକାକୁ ବାର୍ଦ୍ଧକ୍ୟ ଭତ୍ତାରେ ସାମିଲ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ପ୍ରଦାନ କରିବା ପାଇଁ ଏହି ବୈଠକରେ ପ୍ରସ୍ତାବ ଦିଆଯାଇଛି । ଅଷ୍ଟ ଆଉଟ କରିବାକୁ ଚାହୁଁଥିବା ହିତାଧ୍ୟାକାରୀମାନେ ସମ୍ପୃକ୍ତ ସିଡିପିଓ କାର୍ଯ୍ୟାଳୟରେ ଥିରବା ହେଲ୍ସଡ଼େକ୍ସରେ ଲଗ ଇନ କରି ଅପ୍ଟ ଆଉଟ କରିପାରିବେ ବୋଲି ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସୂଚନା ଦେଇଛନ୍ତି । ଏହା ସହ ସୁଭଦ୍ରା ଯୋଜନା ସମ୍ବନ୍ଧୀୟ ଖର୍ଚ୍ଚ ବାବଦରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା।

ମହିଳା ଓ ଶିଶୁ ବିକାଶ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ ଓ ଆଇଆଇଏମ ସମ୍ବଲପୁରର ମିଳିତ ସହଭାଗିତାରେ ଆରମ୍ଭ ହୋଇଥି ବା ସୁଭଦ୍ରା ସମୀକ୍ଷା” କାର୍ଯ୍ୟକ୍ରମ ସମ୍ବନ୍ଧରେ ମଧ୍‌ଯ ବୈଠକରେ ଆଲୋଚନା କରାଯାଇଥିଲା । ଏଯାବତ ମିଳିଥିବା ତଥ୍ୟର ମୂଲ୍ୟାୟନ ଅନୁଯାୟୀ ବହୁ ସଂଖ୍ୟାରେ ହିତାଧ୍ୟାକାରୀମାନେ ସୁଭଦ୍ରା ସହାୟତାକୁ ଉଦ୍ୟମିତା କ୍ଷେତ୍ରରେ ବିନିଯୋଗ କରୁଛନ୍ତି ବୋଲି ବୈଠକରେ ଉପସ୍ଥାପନ କରାଯାଇଥିଲା । ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ସୁଭଦ୍ରା ପୋର୍ଟାଲରେ ଏଯାବତ ୩ ଲକ୍ଷ ୫୧ ହଜାର ୪୯୨ ଅଭିଯୋଗ ମଧ୍ୟରୁ ୧ ଲକ୍ଷ ୮୩ ହଜାର ୬୮୧ ଅଭିଯୋଗର ସମାଧାନ ହୋଇପାରିଛି । କେବଳ ମହିଳାମାନଙ୍କ ଦ୍ୱାରା ଚାଲୁଥିବା କୁହ ସୁଭଦ୍ରା” ଅଭିଯୋଗ ସମାଧାନ କେନ୍ଦ୍ରରେ ଏଯାବତ ଏକ ଦିନରେ ହାରାହାରି ୨୦ ହଜାରରୁ ଅଧିକ କଲ ଗ୍ରହଣ କରାଯାଇ ସେମାନଙ୍କ ଉତ୍ତର ଦିଆଯାଇଥିବା ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଉଲ୍ଲେଖ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande