ଜୟପୁର, ୩୧ ଜୁଲାଇ (ହି.ସ.)- ବିଜ୍ଞାନ ଯୁଗରେ ବି ଅନ୍ଧ ବିଶ୍ୱାସ ଭରପୁର ରହିଥିବା ଆଜି ଦେଖିବାକୁ ମିଳିଛି l ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଇଲାକାରେ ଭରପୁର ହୋଇ ରହିଛି ଅନ୍ଧବିଶ୍ୱାସ I ଏମିତି ଏକ ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ରାଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ପାତ୍ରଗୁଡ଼ା ଗାଁରେ I ଘଟଣାଟି ହେଉଛି ଯେ, ଦୁଇଟି କାଉର ମିଳନ ଦେଖିବା ଦୁଇ ଯୁବକଙ୍କ ପାଇଁ ମହାଙ୍ଗା ପଡ଼ିଥିଲା I ଯାହାକି ଆଦିବାସି ପରମ୍ପରାର କଟକଣାର ଶିକାର ହୋଇଛନ୍ତି ଦୁଇ ଯୁବକ । ଅନ୍ଧବିଶ୍ୱାସ ସ୍ଥାପିତ କରିବା ପାଇଁ ପ୍ରଥମେ ଗାଆଁରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରି ମୃତ୍ୟୁ ପରେ ଯେପରି ରୀତିନୀତି ଅନୁସାରେ ଶବ ସତ୍କାର କରାଯାଏ ସେଇ ପ୍ରକ୍ରିୟାରେ ମୃତଦେହ ବଦଳରେ ପ୍ରତିକାତ୍ମକ କୁଶ ପୁତ୍ତଳିକାକୁ କୋକେଇରେ ନେଇ ଯାଉଥିବା ଦୃଶ୍ୟ ଏବେ ମୋବାଇଲ ରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି l କୋରାପୁଟ ଜିଲ୍ଲା ଜୟପୁର ସହର ଠାରୁ ମାତ୍ର ୧୦ କି.ମି. ଦୂରରେ ଏପରି ଘଟଣା ଘଟିଥିବା ଜଣାଯାଇଛି Iଏପରିକି ଗାଁ ଲୋକେ ଯାଇ ସବ ସତ୍କାର କରି ଘରକୁ ଫେରିଛନ୍ତି। ଶୁଦ୍ଧିକ୍ରିୟା ପରେ ପରିବାର ଓ ସମ୍ପର୍କୀୟ ପିତା ଖାଇଛନ୍ତି। ପରେ ବାହାରେ ଥିବା ଦୁଇ ଯୁବକଙ୍କୁ ଘରକୁ ଅଣାଯାଇଛି I ହେଲେ ଆଦିବାସୀ ସମ୍ପ୍ରଦାୟରେ ବିଶ୍ୱାସ ଯେ, ଦୁଇ କାଉଙ୍କ ମିଳନ ଦେଖିଲେ ଅତ୍ୟନ୍ତ ଅଶୁଭ, ଏପରିକି ଏପରି ଦୃଶ୍ୟ ଦେଖିଥିବା ଲୋକର କାଳେ ମୃତ୍ୟୁ ହୋଇଯାଏ। ସେ ନେଇ ପରମ୍ପରା ଅନୁସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଯେପରି ଶୁଦ୍ଧି କରାଯାଏ ସେପରି କରାଯାଇଥିବା ଗ୍ରାମବାସୀ ମାନେ ସୂଚନା ଦେଇଛନ୍ତି I
---------------
ହିନ୍ଦୁସ୍ଥାନ ସମାଚାର / ପିକେପି