ଜଗତଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମାଙ୍କ ୧୩୨ତମ ଜନ୍ମ ମହୋତ୍ସବ ପାଳିତ
ରାଇରଙ୍ଗପୁର, ୩୧ ଜୁଲାଇ (ହି.ସ.)- ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧିନସ୍ଥ ମହୁଲଡିହାଁ ସ୍ଥିତ ସତସଙ୍ଗ କେନ୍ଦ୍ର ଆନୁକୂଲ୍ଯରେ ଶ୍ରୀ ଶ୍ରୀ ଠାକୁରଙ୍କ ଧର୍ମପତ୍ନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମାଙ୍କ ୧୩୨ତମ ଜନ୍ମ ମହୋତ୍ସବ ଦିବସ ବ୍ଯାପୀ ପାଳିତ ହୋଇଯାଇଛି l କାର୍ଯ୍ଯକ୍ରମ
ଜଗତଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମାଙ୍କ ୧୩୨ତମ ଜନ୍ମ ମହୋତ୍ସବ ପାଳିତ


ରାଇରଙ୍ଗପୁର, ୩୧ ଜୁଲାଇ (ହି.ସ.)- ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧିନସ୍ଥ ମହୁଲଡିହାଁ ସ୍ଥିତ ସତସଙ୍ଗ କେନ୍ଦ୍ର ଆନୁକୂଲ୍ଯରେ ଶ୍ରୀ ଶ୍ରୀ ଠାକୁରଙ୍କ ଧର୍ମପତ୍ନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମାଙ୍କ ୧୩୨ତମ ଜନ୍ମ ମହୋତ୍ସବ ଦିବସ ବ୍ଯାପୀ ପାଳିତ ହୋଇଯାଇଛି l କାର୍ଯ୍ଯକ୍ରମରେ ପ୍ରାତଃ ବିନତୀ ପ୍ରାର୍ଥନା, ସତ୍ ଗ୍ରନ୍ଥାଦି ପାଠ, `ମା´ ଙ୍କର ୧୩୨ତମ ଜନ୍ମ ଲଗ୍ନ ଘୋଷଣା ସହ ସଂଗୀତାଞ୍ଜଳି ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ଯକ୍ରମରେ ସ୍ଥାନୀୟ ଋତ୍ବୀକ ନିଗମାନନ୍ଦ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ମୁଖ୍ଯବକ୍ତା ଭାବେ ନେମାଳ ସତସଙ୍ଗ ବିହାରରୁ ବିନୟ କୁମାର ଦାସ ଯୋଗ ଦେଇଥିଲେ l ଅନ୍ଯମାନଙ୍କ ମଧ୍ଯରୁ ପ୍ରାତଃ କାଳରେ ଜନ୍ମ ଲଗ୍ନ ଘୋଷଣା କାଳରେ ଋତ୍ବୀକ ଗୋଲକ ବିହାରୀ ଆଚାର୍ଯ୍ଯ ଉପସ୍ଥିତ ଥିଲେ l କାର୍ଯ୍ଯକ୍ରମରେ ମନୀଶ ମହାପାତ୍ର ସତ୍ଯାନୁସରଣ ପାଠ କରିଥିଲେ ଏବଂ ମନ ମୋହନ ଗିରି ନାରୀର ନୀତି ପଠନ କରିଥିଲେ l ପୁନମ ମହାନ୍ତ, ମଧୁସ୍ମିତା ଗିରି, ବର୍ଷା ମହାନ୍ତ ଓ ମିହିର କୁମାର ମହାପାତ୍ର ଭଜନ ପରିବେଷଣ କରିଥିଲା ବେଳେ ଶ୍ରୀ ଭାସ୍କର ପ୍ରତିମ ପଟ୍ଟନାୟକ ଓ ବିଜୟ କୁମାର ଦାସ କୋରସ ଓ କୀର୍ତ୍ତନ ପରିବେଷଣ କରିଥିଲେ l ବିଭୂତି ଜ୍ଯୋତିଷୀ, ସରୋଜ କୁମାର ଗିରି, ଯାଜକ ବିଜୟ କୁମାର ଦାସ ଓ ଯାଜକ ପରେଶ ଚନ୍ଦ୍ର ଗିରି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ମାର୍ଗଦର୍ଶନ ଦେଇଥିଲେ l ଅନ୍ଯମାନଙ୍କ ମଧ୍ଯରୁ ପ୍ରମୁଖ ଧର୍ମଯାଜକ କାର୍ତ୍ତିକ ଚନ୍ଦ୍ର ମହାନ୍ତ ଶ୍ରୀ ଶ୍ରୀ ମା ଲକ୍ଷ୍ମୀ ମାଙ୍କ ଜୀବନୀ ତଥା ଆଦର୍ଶ ପରିବାର ଜୀବନ, ସମାଜ ଜୀବନ ଓ ରାଷ୍ଟ୍ରୀୟ ଜୀବନ କିଭଳି ସୁଖମୟ ହେବ , ସେ ସଂପର୍କରେ ଆଲୋକପାତ କରିଥିଲେ l ସରୋଜିନୀ ପଟ୍ଟନାୟକ ମା ମାନଙ୍କର ସମ୍ମିଳନୀ ପରିଚାଳନା କରିଥିଲେ l ଅନ୍ଯମାନଙ୍କ ମଧ୍ଯରୁ ସନ୍ଧ୍ଯାରାଣୀ ଆଚାର୍ଯ୍ଯ, ଅଞ୍ଜୁ ଗୋସ୍ବାମୀ, ସୁପାଲି ମହାପାତ୍ର, ସୁନିତା ମହାନ୍ତ, ବର୍ଷା ମହାନ୍ତ, ମୀନା ଗୋସ୍ବାମୀ ଓ ବନ୍ଦିତା ଜୋତିଷୀ ପ୍ରମୁଖ ନାରୀମାନେ ମାର୍ଜିତ ହେବା ସହ ଧର୍ମଶିକ୍ଷା, ସେବାମନୋଭାବ ଓ ଦାନ ପରାୟଣ ହେବା ଆବଶ୍ଯକ ବୋଲି ଗୁରୁତ୍ବାରୋପ ସହ ପରିବାର ସମସ୍ତଙ୍କୁ ଆପଣାର କରିବାକୁ ହେବ, ସେ ସଂପର୍କରେ ବକ୍ତାମାନେ ଉଲ୍ଲେଖ କରିଥିଲେ l ଏହି କାର୍ଯ୍ଯକ୍ରମରେ ଦୁଇ ଶହରୁ ଉର୍ଦ୍ଧ୍ବ ଯୋଗ ଦାନ କରି ଆନନ୍ଦ ବଜାର (ଭଣ୍ଡାରା) ରେ ପ୍ରସାଦ ସେବନ କରିଥିଲେ l ଅନ୍ଯମାନଙ୍କ ମଧ୍ଯରୁ ସଂପୂର୍ଣ୍ଣ ଗୋସ୍ବାମୀ, ଓମ ମହାନ୍ତ, ରଘୁନାଥ ମହାନ୍ତ ଓ ମନ ମୋହନ ଗିରି ପ୍ରମୁଖ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande