ଜିଲ୍ଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, ୩୧ ଜୁଲାଇ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ନୁତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ରଘୁନାଥ ଆର ଆୟାରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ନାଗରିକ ମଂଚ ସଭାପତି ଆଇନଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ସମ୍ପାଦକ ଶିକ୍ଷାବିତ୍ ନରୋତମ ଜେନା, ଉପସଭା
ଜିଲ୍ଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା


କେନ୍ଦ୍ରାପଡ଼ା, ୩୧ ଜୁଲାଇ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ନୁତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ରଘୁନାଥ ଆର ଆୟାରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ନାଗରିକ ମଂଚ ସଭାପତି ଆଇନଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ସମ୍ପାଦକ ଶିକ୍ଷାବିତ୍ ନରୋତମ ଜେନା, ଉପସଭାପତି ସୟଦ୍ ଅକମଲ ଅଲ୍ଲୀ, ଅର୍ଥ ସମ୍ପାଦକ ରବିନ୍ଦ୍ର ନାଥ ବାରିକ, ବରିଷ୍ଠ ଉପଦେଷ୍ଟା ପରମାନନ୍ଦ ସେଠୀ ପ୍ରମୁଖ ଜିଲ୍ଲାପାଳ ଆୟାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମଂଚର କର୍ମକର୍ତାମାନେ ସଂଗଠନର ବିଭିନ୍ନ ବୈଠକ ଓ କାର୍ଯ୍ୟକ୍ରମ ପାଇଁ ଏକ ସରକାରୀ ଗୃହ ଯୋଗାଇଦେବା ପାଇଁ ଅନୁରୋଧ କରିବା ସହିତ ଜିଲ୍ଲାର ବିଭିନ୍ନ ସାମୁହିକ ବିକାଶ କ୍ଷେତ୍ରରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳ ସହୃଦୟତାର ସହ ସମସ୍ତ କଥାକୁ ଗ୍ରହଣ କରି ଉଚିତ୍ ପଦକ୍ଷେପ ନେବାପାଇଁ ପ୍ରତିଶୃତି ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande