ବଳଦେବ ସେନା ପକ୍ଷରୁ ବଳଦେବଜୀଉ ମନ୍ଦିର ଉନ୍ନତି ପାଇଁ ଦାବିପତ୍ର
କେନ୍ଦ୍ରାପଡ଼ା, ୩୧ ଜୁଲାଇ(ହି.ସ.) – କେନ୍ଦ୍ରାପଡା ବଳଦେବ ସେନା ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ମନ୍ଦିର ଉନ୍ନତି ମୂଳକ କାର୍ଯ୍ୟ ଓ ମନ୍ଦିରରେ ଥିବା କିଛି ମୁଖ୍ୟ ସମସ୍ୟାର ସମାଧାନ ପାଇଁ ଦାବି ପତ୍ର ଦିଆଯାଇଛି । ସେନା ଅଭ
ବଳଦେବ ସେନା ପକ୍ଷରୁ ବଳଦେବଜୀଉ ମନ୍ଦିର ଉନ୍ନତି ପାଇଁ ଦାବିପତ୍ର


କେନ୍ଦ୍ରାପଡ଼ା, ୩୧ ଜୁଲାଇ(ହି.ସ.) – କେନ୍ଦ୍ରାପଡା ବଳଦେବ ସେନା ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ମନ୍ଦିର ଉନ୍ନତି ମୂଳକ କାର୍ଯ୍ୟ ଓ ମନ୍ଦିରରେ ଥିବା କିଛି ମୁଖ୍ୟ ସମସ୍ୟାର ସମାଧାନ ପାଇଁ ଦାବି ପତ୍ର ଦିଆଯାଇଛି । ସେନା ଅଭିଯୋଗ ମୁତାବକ ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉ ଙ୍କ ମନ୍ଦିର ପାରିପାର୍ଶ୍ୱିକ ଓ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ୨୦୧୯ ମସିହାରେ ତତ କାଳୀନ ସରକାର କରିଥିବା ପ୍ରକଳ୍ପର ସମ୍ପୂର୍ଣ୍ଣ କାର୍ଯ୍ୟ ସଠିକ୍ ଭାବେ ଶେଷ ହୋଇନାହିଁ ଏବଂ ସେହି ଯୋଜନା ମଧ୍ୟରେ ମନ୍ଦିର ସମ୍ମୁଖରୁ ଅଟ୍ଟାଳିକା ଓ ଜବର୍ ଦଖଲ ଉଛେଦ କରିବାକୁ ନିଷ୍ପତି ହୋଇଥିଲା କିନ୍ତୁ ଗତ ୬ ବର୍ଷ ହେଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ପାଇଁ କୌଣସି ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉନାହିଁ ତେଣୁ ମନ୍ଦିର ସମ୍ମୁଖରୁ ଜବର ଦଖଲ ଉଛେଦ କାର୍ଯ୍ୟ ହୋଇ ପାରୁନାହିଁ, ଏହାପାଇଁ ରଥ ଦାଣ୍ଡ ଓ ମୁଖ୍ୟ ସଡ଼କରେ ଯାତାୟାତ କରିବାରେ ଲୋକେ ଅନେକପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେଣୁ ଏହି ସମସ୍ୟା ଗୁଡ଼ିକର ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ସେନାର ସଦସ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ସେନାର ସଭାପତି ପପୁନ୍ କୁମାର ସ୍ୱାଇଁ,ସମ୍ପାଦକ ଅମର କୁମାର ବାରିକ,ଉପଦେଷ୍ଟା ନିରଞ୍ଜନ ମେକାପ, ଆଶୁତୋଷ ପଣ୍ଡା, ଅନିଶ ସୁତାର, ଲଲାଟେନ୍ଦୁ ବେହେରା, ଆଲୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande