ବ୍ରିଜ ମେେଂଟନାନ୍ସ ପଲିସି ଉପରେ ସରକାରଙ୍କ ଫୋକସ୍
ଭୁବନେଶ୍ୱର,୩୧ ଜୁଲାଇ (ହି.ସ)- ବ୍ରିଜ ମେେଂଟନାନ୍ସ ପଲିସି ଉପରେ ସରକାରଙ୍କ ଫୋକସ୍ ରହିଛି। ଆଜି ବିଭାଗ ସେ ଉପରେ ଆଜି ଆଲୋଚନା କରିଛି ବୋଲି କହିଛନ୍ତି ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ନୂଆ ଓ ପୁରୁଣା ବ୍ରିଜ ଗୁଡିକର କିଭଳି ସମୟ ଅନୁସାରେ ମେଂଟେନ ହୋଇପାରିବ ଏ ସବୁକୁ ଦୃଷ୍ଟି ଦିଆ
ବ୍ରିଜ ମେେଂଟନାନ୍ସ ପଲିସି ଉପରେ ସରକାରଙ୍କ ଫୋକସ୍


ଭୁବନେଶ୍ୱର,୩୧ ଜୁଲାଇ (ହି.ସ)- ବ୍ରିଜ ମେେଂଟନାନ୍ସ ପଲିସି ଉପରେ ସରକାରଙ୍କ ଫୋକସ୍ ରହିଛି। ଆଜି ବିଭାଗ ସେ ଉପରେ ଆଜି ଆଲୋଚନା କରିଛି ବୋଲି କହିଛନ୍ତି ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ନୂଆ ଓ ପୁରୁଣା ବ୍ରିଜ ଗୁଡିକର କିଭଳି ସମୟ ଅନୁସାରେ ମେଂଟେନ ହୋଇପାରିବ ଏ ସବୁକୁ ଦୃଷ୍ଟି ଦିଆଯିବ ।ବ୍ରିଜ କଣ୍ଡିସନ କଣ ଅଛି, ସରଫେସ କଣ ଅଛି ସେ ବିଷୟରେ ବର୍ଷକୁ ରିଭିଉ କରାଯିବ। ଇଞ୍ଜିନିୟର ବ୍ରିଜ ଗୁଡିକ ଯାଇ ଦେଖିବେ, ପରେ ରିପୋର୍ଟ ଦେବେ କେତେ ସୁରକ୍ଷିତ ଅଛି। ବ୍ରିଜରେ ଯଦି ତ୍ରୁଟି ଥିବ ଏଜେନ୍ସିକୁ ଜଣାଯାଇ କାମ ହେବ। ନଚେତ ସରକାର ଉଦ୍ୟମ କରିବେ। ଅନ୍ୟ ରାଜ୍ୟରେ ଯେଉଁଭଳି ବ୍ରିଜ ଭୁଶୁଡି ପଡିବା, ଅସୁରକ୍ଷିତ ବ୍ରିଜ, ବ୍ରିଜ ଝୁଲି ପଡିବା ଘଟଣା ସାମ୍ନାକୁ ଆସୁଛି କମ ସେ କମ ସେ ସ୍ଥିତି ଓଡ଼ିଶା ପ୍ରଦେଶର ବ୍ରିଜ ନ ହେଉ ସେ ନେଇ ଏହି ବ୍ରିଜ ପଲିସି ପ୍ରସ୍ତୁତ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande