ଧର୍ମଶାଳା,୩୧ଜୁଲାଇ(ହି.ସ.) - ଅତି ଦୟନୀୟ ଅବସ୍ଥାରେ ପଡିଥିବା ରେଳ ଷ୍ଟେସନର ଉନ୍ନତିକରଣ କରାଯାଇ ଏହା ନବକଳେବର କରାଯାଉଛି । ହେଲେ ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ହେଲେ ରେଳ ବିଭାଗ ପକ୍ଷରୁ ଏହା ଉପରେ ନଜର ନ ପଡିବା ରେଳ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ପୂର୍ବ ତଟ ରେଳ ବିଭାଗ ଅଧିନରେ ଥିବା ଯାଜପୁର ଜିଲାର ଧାନମଣ୍ଡଳ ଷ୍ଟେସନ କ୍ଷେତ୍ରରେ । ଏହି ଧାନମଣ୍ଡଳକୁ ନେଇ ଓଡିଶାର ପରିଚୟ ମଧ୍ୟ ଦେଇଛି । ହେଲେ ଏହି ରେଳ ଷ୍ଟେସନ ଅବସ୍ଥା ନ କହିବା ଭଲ । ଏହି ଷ୍ଟେସନରେ ନୂଆ କୋଠା,ରେଳ ଲାଇନ ଓ ଫୁଟ୍ ଓଭର ବ୍ରିଜ ନିର୍ମାଣ ହୋଇଥିଲା । ହେଲେ ଯାତ୍ରୀଙ୍କ ସୁବିଧା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହାିଁ ଯାହାକି ରେଳ ଯାତ୍ରାମାନେ ଅଭିଯୋଗ କରିଛନ୍ତି । ୧ନଂ ଲାଇନ ରେ ରେଳକୁ ଅପେକ୍ଷା କରି ରହୁଥିବା ଯାତ୍ରୀମାନଙ୍କ ପାଇଁ ଛାତଟିଏ ନାହିଁ । ଫଳରେ ଖରା ବର୍ଷାରେ ସେମାନେ ଘଂଟା ଘଂଟା ଧରି ଆସୁଥିବା ରେଳକୁ ଅପେକ୍ଷା କରି ରହୁଛନ୍ତି । ଏପରିକି ପାନୀୟ ଜଳ ପାଇଁ ସେପରି କିଛି ସୁବିଧା ନାହିଁ । ଏହି ଷ୍ଟେସନ ନିକଟକୁ ଲାଗି ରହିଛି ରିଜରଭେସନ କାଉଁଟର । ଏହି କାଉଁଟର ଉପରେ ବଡଚଣା ସମେତ ଧର୍ମଶାଳା ଓ ବରୀ ଅଂଚଳର ଲୋକେ ଟିକେଟ୍ କାଟିବା ପାଇଁ ଆସିଥାନ୍ତି । ସ୍ଥାନୀୟ ଦଲାଲଙ୍କ ଏହି କାଉଁଟରକୁ ଅକ୍ତିଆର କରି ରଖିଛନ୍ତି । ଲାଇନ ପାଇଁ ଦଲାଲମାନେ ପୂର୍ବରୁ ଧାଡି ବାନ୍ଧି ରହୁଛନ୍ତି । ଫଳରେ ପ୍ରକୃତ ଲୋକ ଟିକେଟ ନ ପାଇ ନିରାଶ ହୋଇ ଫେରୁଛନ୍ତି । ଏବଂ ଅପେକ୍ଷାରତ ଯାତ୍ରୀଙ୍କ ପାଇଁ ବିଦ୍ୟୁତ୍ ବୋର୍ଡର ବ୍ୟବସ୍ଥା ରହିଥିବା ବେଳେ ଏଠାରେ ଏହି ବୋର୍ଡ ଭାଙ୍ଗି ରୁଜି ପଡି ରହିଛି । ଏବଂ ବାହାରେ ଥିବା ଷ୍ଟ୍ରିଟଲାଇଟ୍ ନ ଥିବାରୁ ବାହାରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଏହି ଷ୍ଟେସନରେ ଅନେକ ଲୋକାଲ ଓ ଏକ୍ସପ୍ରେସ ଟ୍ରେନ ରହୁଥିବାରୁ ବହୁ ରେଳ ଯାତ୍ରୀ ଏହି ଷ୍ଟେସନ ଉପରେ ନିର୍ଭର କରନ୍ତି । ତେବେ ଏହି ଷ୍ଟେସନ ଏଭଳି ଅବସ୍ଥାକୁ ନେଇ ରେଳ ଯାତ୍ରୀମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ରେଳ ବିଭାଗ ଏହି ଷ୍ଟେସନ ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହାର ନବକଳେବର କରିବାକୁ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ