ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ଖରିଫ ଧାନ ସଂଗ୍ରହ ପଞ୍ଜିକରଣରେ ବାଧକ ସାଜିଛି ଆଇ ସ୍କାନର । ଏହା ଯୋଗୁ ଚାଷୀମାନେ ହଇରାଣ ହେଉଛନ୍ତି । 16 ଜିଲ୍ଲାରେ ନାହିଁ ଆବଶ୍ୟକୀୟ ଆଇ ସ୍କାନର
ମେସିନ୍ । ଏହି ଜିଲ୍ଲାରେ ଆବଶ୍ୟକ ରହିଛି 979 ଆଇ ସ୍କାନର ମେସିନ୍ । ପ୍ୟାକସ ଓ ଲ୍ୟାମ୍ପସ ତୁରନ୍ତ ଯୋଗାଇଦେବାକୁ ମୁଖ୍ୟ
ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାଜପୁର 147, ନବରଙ୍ଗପୁର 115
ସୁନ୍ଦରଗଡ଼ 104, ଭଦ୍ରକ 100 ଆଇ ସ୍କାନର ମେସିନ୍ ଆବଶ୍ୟକ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା