ଅଗଷ୍ଟ ୧୬ରୁ ଭୁବନେଶ୍ୱର - ଝାରସୁଗୁଡା ବିମାନ ଉଡାଣ ଆରମ୍ଭ
ଭୁବନେଶ୍ୱର, ୩୧ ଜୁଲାଇ (ହି.ସ)- ଆସନ୍ତା ଅଗଷ୍ଟ ୧୬ ତାରିଖ ଠାରୁ ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ସାଇଟ୍ ଏକ୍ସରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ''ବି-ମାନ :ବିଲ୍ଡିଂ ମ୍ୟାନ
ଅଗଷ୍ଟ ୧୬ରୁ ଭୁବନେଶ୍ୱର - ଝାରସୁଗୁଡା ବିମାନ ଉଡାଣ ଆରମ୍ଭ


ଭୁବନେଶ୍ୱର, ୩୧ ଜୁଲାଇ (ହି.ସ)- ଆସନ୍ତା ଅଗଷ୍ଟ ୧୬ ତାରିଖ ଠାରୁ ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ସାଇଟ୍ ଏକ୍ସରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ 'ବି-ମାନ :ବିଲ୍ଡିଂ ମ୍ୟାନେଜମେଂଟ ଅଫ୍ ଆଭିଏସନ୍ ଆସେଟସ୍ ଆଣ୍ଡ ନେଟୱର୍କ ବ୍ୟବସ୍ଥା ଅନ୍ତର୍ଗତ ଏହି ବିମାନ ଚଳାଚଳ ସୁବିଧା ରାଜ୍ୟରେ ଯାତ୍ରୀ ପରିବହନ, ଶିଳ୍ପ ଅଭିବୃଦ୍ଧି, ପର୍ଯ୍ୟଟନ ବିକାଶ ସହ ଯୋଗାଯୋଗ କ୍ଷେତ୍ରରେ ଅପାର ସମ୍ଭାବନା ସୃଷ୍ଟି କରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande