ଜୟପୁର, ୩୧ ଜୁଲାଇ (ହି.ସ.)- ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଜୟପୁର ଶାଖା ପକ୍ଷରୁ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବିଭିନ୍ନ ଦାବି ପୁରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ୍ ଜୟପୁର ଶାଖାର ସଭାପତି ଭାରତୀ ହୋତା ଓ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ୍ ଜୟପୁର ଶାଖାର ସମ୍ପାଦକ ଭାଗିରଥି ବାରିକଙ୍କ ଆହ୍ବାନ କ୍ରମେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ଛୁଟି ପରେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୋଗଦାନ କରିଥିଲେ I ସମସ୍ତଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ବିଭାଗୀୟ ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଢ଼ିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା I
ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ପ୍ରମୁଖ ଦାବି ମଧ୍ୟରୁ ମୁଖ୍ୟତଃ ୟୁଏ ଏସ ଉଛେଦ, ପ୍ରବେଶିକା ଦରମା ହାର ଷଷ୍ଠ ବେତନ କମିଶନ ଅନୁସାରେ ୪୨୦୦/ ଗ୍ରେଡ଼ ପେ, ପଦନ୍ନତି ପ୍ରଦାନ କରିବା, OTET କୁ ବାଧ୍ୟତାମୂଳକ ନ କରିବା ଓ ଠିକା ନିଯୁକ୍ତି କୁ ଚାକିରିରେ ଗଣନା କରିବା ଇତ୍ୟାଦି l ଦାବି ପତ୍ର ପ୍ରଦାନ ସମୟରେ ଭାରତୀ ହୋତା, ମହେଶ୍ୱର ମିଶ୍ର, ସୁଧାକର ପଣ୍ଡା, କିରଣ ମହାରଣା, ସୁସିଲ୍ ପ୍ରେମ୍ ନାଗ, ଦିଲିପ୍ କୁମାର୍ ମିଶ୍ର, ଗାୟତ୍ରୀ ଦାଶଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ I
---------------
ହିନ୍ଦୁସ୍ଥାନ ସମାଚାର / ପିକେପି