ଶ୍ରାବଣରେ ବି ଖସୁନି ଆମିଷ ଦର, ଚିନ୍ତାରେ ଗ୍ରାହକ
ପୁରୀ, ୩୧ ଜୁଲାଇ (ହି.ସ.)- ଶ୍ରାବଣରେ ବି ଖସୁନି ଆମିଷ ଦର । ସାଧାରଣତଃ ଶ୍ରାବଣ ମାସରେ ୭୦ ପ୍ରତିଶତ ଲୋକେ ଆମିଷ ଖାଉନଥିବାରୁ ପରିବା ଉପରେ ଅଧିକ ନିର୍ଭର କରିଥାନ୍ତି । ଆମିଷ ଦର କିଲୋ ପିଛା ୪୦ରୁ ୫୦ଟଙ୍କା କମିଯାଇଥାଏ । ହେଲେ ଚଳିତବର୍ଷ ପରିବା ସାଙ୍ଗକୁ ଆମିଷ ଦର ମଧ୍ଯ ବୃଦ୍ଧି ପାଇଛି । କାରଣ
ଶ୍ରାବଣରେ ବି ଖସୁନି ଆମିଷ ଦର ଚିନ୍ତାରେ ଗ୍ରାହକ


ପୁରୀ, ୩୧ ଜୁଲାଇ (ହି.ସ.)- ଶ୍ରାବଣରେ ବି ଖସୁନି ଆମିଷ ଦର । ସାଧାରଣତଃ ଶ୍ରାବଣ ମାସରେ ୭୦ ପ୍ରତିଶତ ଲୋକେ ଆମିଷ ଖାଉନଥିବାରୁ ପରିବା ଉପରେ ଅଧିକ ନିର୍ଭର କରିଥାନ୍ତି । ଆମିଷ ଦର କିଲୋ ପିଛା ୪୦ରୁ ୫୦ଟଙ୍କା କମିଯାଇଥାଏ । ହେଲେ ଚଳିତବର୍ଷ ପରିବା ସାଙ୍ଗକୁ ଆମିଷ ଦର ମଧ୍ଯ ବୃଦ୍ଧି ପାଇଛି । କାରଣ ରାଜ୍ୟ ବାହାରୁ ଆମିଷ ଆମଦାନୀ ହେଉଥିବାରୁ ପୂର୍ଵପେକ୍ଷା ଟ୍ରାନ୍ସପୋର୍ଟିଂ ଖର୍ଚ୍ଚ ମଧ୍ଯ ବଢୁଥିବା ବ୍ଯବସାୟୀ ମାନେ କହୁଛନ୍ତି । ତେଣୁ ଶ୍ରାବଣ ମାସରେ ମାଛ, କଙ୍କଡା, ଚିକେନ ଓ ମଟନ ଦର ବଢିଥିବା ଶୁଣି ଖାଉଟି ଚିନ୍ତାରେ ।ଏପଟେ ପରିବା ଦର ଶୁଣି ମୁହଁ ଫେରାଉଛନ୍ତି ଗ୍ରାହକ । କୌଣସି ପରିବା ୮୦ ଟଙ୍କା ତଳକୁ ନଥିବାବେଳେ ୫ଶହ ଟଙ୍କାରେ ବି ବ୍ଯାଗ ଭର୍ତ୍ତି ହେଉନାହିଁ । ଫଳରେ ଅନେକଙ୍କ ଖାଇବା ଥାଳିରୁ ବି ପରିବା ଉଭାନ ହୋଇଯାଇଛି । ଶ୍ରାବଣ ମାସ ଆରମ୍ଭ ହେବା ଦିନରୁ ବଢି ଚାଲିଛି ପରିବା ଦର । ଏହି ମାସରେ କାଉଡିଆମାନେ ପାଣିଭାର ନେଇ ମହାଦେବଙ୍କ ମସ୍ତକରେ ଢାଳିଥାନ୍ତି । ଏହାସହ ମାନସିକଧାରୀ ମାନେ ମଧ୍ଯ ନିରାଡମ୍ବର ଭାବେ ଶ୍ରାବଣ ମାସକୁ ପାଳନ କରୁଥିବାରୁ ନିରାମିଷ ଖାଉଥିବା ବେଳେ ଅଧିକାଂଶ ଲୋକେ ବିନା ପିଆଜ ରସୁଣରେ ପ୍ରସ୍ତୁତ ଖାଦ୍ଯ ଖାଇଥାନ୍ତି । ତେଣୁ ଏହି ମାସରେ କାର୍ତ୍ତିକ ମାସ ପରି ପରିବା ଦର ବୃଦ୍ଧି ପାଇଥାଏ ଓ ଆମିଷ ଦର କମିଥାଏ । ତେବେ ଚଳିତବର୍ଷ ଆମିଷ ଦର କମିବା ପରିବର୍ତ୍ତେ ବଢି ଚାଲିଛି । ସାଧାରଣତଃ ପୁରୀକୁ ଆନ୍ଧ୍ରରୁ ବିଭିନ୍ନ ପ୍ରକାର ମାଛ ଆସୁଥିବା ବେଳେ ପାରାଦ୍ବୀପ, ଧାମରା ଓ ବାଲେଶ୍ଵର ଆଦି ସ୍ଥାନରୁ କଙ୍କଡା, ଚିଙ୍ଗୁଡି ଆମଦାନୀ ହୋଇଥାଏ । ବଡ ବଡ ଟ୍ରକ ଯୋଗେ ସପ୍ତାହରେ ୨ରୁ ୩ ଥର ପ୍ରାୟ ୧୦ରୁ ୨୦ଟନ ଆମିଷ ଆସିଥାଏ । ଯାହା ପୁରୀକୁ ପ୍ରଚୁର ପରିମାଣରେ ଆମିଷ ଯୋଗାଇଥାଏ । ଏଥିପାଇଁ ଗମନାଗମନ ବାବଦକୁ ଖର୍ଚ୍ଚ ହେଉଥିବା ଟଙ୍କା ବଢିଛି । ବ୍ରହ୍ମଗିରି, ସାତପଡା ଚିଲିକାରୁ ମାଛ ଆସୁଥିବା ବେଳେ ପୁରୀ ପେଣ୍ଠକଟାରୁ ମତ୍ସ୍ୟଜୀବୀମାନେ ମଧ୍ଯ ସମୁଦ୍ରରୁ ମାଛ ଧରି ବିକ୍ରି କରିଥାନ୍ତି । ରାଜ୍ଯ ଓ ରାଜ୍ଯ ବାହାରକୁ ମଧ୍ଯ ମାଛ ପଠେଇଥାନ୍ତି । ବଡଶଙ୍ଖ ମାଛ ମାର୍କେଟ, ମଙ୍ଗଳାଘାଟ ମାଛ ବଜାର, ମାର୍କେଟ ଛକ ମାଛ ମାର୍କେଟ ସମେତ ସହରର ବିଭିନ୍ନ ଛକ ମାନଙ୍କରେ ମାଛ ଦର ନିୟନ୍ତ୍ରଣ ବାହାରେ ରହିଛି । ଇଲିଶି ମାଛ କିଲୋ ପ୍ରତି ୧୫ ଶହରୁ ୨ ହଜାର ଟଙ୍କା ଥିବାବେଳେ ଖଇଙ୍ଗା କିଲୋ, ଭାକୁର କିଲୋ ୨୨୦, ରୋହି କିଲୋ ୧୮୦, ଚିଙ୍ଗୁଡି ବଡ ସାଇଜ କିଲୋ ପ୍ରତି ୬୦୦ ଥିବାବେଳେ ମଧ୍ଯମ କିଲୋ ପ୍ରତି ୪ ଶହରୁ ୫ଶହ ଓ ଛୋଟ ଚିଙ୍ଗୁଡି ୨୬୦ ରୁ ୩ ଶହ ଟଙ୍କା ରହିଛି । କଙ୍କଡା ବଡ ସାଇଜ କିଲୋ ପ୍ରତି ୭୦୦ ଟଙ୍କା ଥିବାବେଳେ ଛୋଟ ୫ଶହ ଟଙ୍କା । ଚିକେନ କିଲୋ ପ୍ରତି ୨୪୦ ଟଙ୍କା ଥିବାବେଳେ ମଟନ କିଲୋ ୮ ଶହ ଟଙ୍କା ରହିଛି । ଛୋଟ ମଧୁର ମାଛ ଦର ଦେଖି ଖାଉଟି ମୁଣ୍ଡରେ ହାତଦେଇଛି । ଅଧିକାଂଶ ସ୍ଥାନରେ ରାସ୍ତା କଡରେ ଅସ୍ଥାୟୀ ଅଣପଞ୍ଜୀକୃତ ବ୍ଯବସାୟୀ ନିଜ ମନ ମୁତାବକ ଦର ବୃଦ୍ଧି କରୁଛନ୍ତି । ଚିକେନ ପାଇଁ ପିପିଲି ଉପରେ ନିର୍ଭର କରୁଛନ୍ତି ପୁରୀ ଚିକେନ ବ୍ଯବସାୟୀ । ପ୍ରତି ସପ୍ତାହରେ ୨ରୁ ୩ଥର ଛୋଟ ବଡ ଡାଲା ଅଟୋ ଗାଡିରେ ଭର୍ତ୍ତି ହୋଇ କୁକୁଡା ଆସୁଥିବା ବେଳେ ବର୍ତ୍ତମାନ ଟ୍ରାନ୍ସପୋର୍ଟିଂ ଦର ବଢ଼ୁଥିବାରୁ ଚିକେନ ଦର ବୃଦ୍ଧି ପାଉଛି । ମଟନ ଦର ଦେଖି ମୁହଁ ଫେରାଉଛନ୍ତି ଗ୍ରାହକ । ଆମିଷ ଦର ଅହେତୁକ ବୃଦ୍ଧି ପାଉଥିବାରୁ ପୁରୀବାସୀଙ୍କ ମୁଣ୍ଡରେ ଚିନ୍ତା ବଢିଯାଇଛି । ଆମିଷ ଦର ନିୟନ୍ତ୍ରଣକୁ ଆଣିବା ପାଇଁ ଯୋଗାଣ ବିଭାଗ ଅଧିକାରୀ ଓ ମତ୍ସ୍ଯ ଅଧିକାରୀ ଏବଂ ଖାଦ୍ଯ ସୁରକ୍ଷା ଅଧିକାରୀ ଦୃଷ୍ଟି ଦେବା ସହ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande