ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ଓଟିଇଟି ପ୍ରଶ୍ନ ପତ୍ର ଲିକ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତଦନ୍ତର
କିଛି ଲୋକଙ୍କୁ ଆରେଷ୍ଟ କରାଯାଇଛି । ଯିଏ ଏପରି କରିଛନ୍ତି ବା ଯିଏ ବି ସାମିଲ ଅଛନ୍ତି କଠୋର
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କ୍ୟୁଆର କୋଡ ଥିବା ସତ୍ତ୍ବେ ଏଭଳି ଘଟଣା ଘଟିଛି । ତେଣୁ ଏ
ଦିଗ ଉପରେ ମଧ୍ୟ ଧ୍ୟାନ ଦିଆଯିବ । ଆଗକୁ କିପରି ନହେବ ସେଥିପାଇଁ ବିଭାଗ ସଜାଗ ଅଛି । ବିଗତ
ଦିନରେ କିଛି ଲୋକଙ୍କର ଅଭ୍ୟାସ ଥିଲା ତେଣୁ ଏବେ ସେ ଦିଗରେ ସ୍ୱଚ୍ଛତା ଆଣିବାକୁ ଆମେ ଚେଷ୍ଟା
ଜାରି ରଖିଛୁ । ଯେଉଁମାନେ ଏଭଳି କାର୍ଯ୍ୟ କରିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ
। ଏବେ ତଦନ୍ତ ଚାଲିଛି । ତେଣୁ ଆଗକୁ ସ୍ୱଚ୍ଛତା ସହ କିପରି ପରୀକ୍ଷା ହେବ ସେଥିପାଇଁ ଯୋଜନା
କରାଯାଉଛି । ଖୁବଶୀଘ୍ର ପୁଣି ଥରେ ପରୀକ୍ଷା ପାଇଁ ଆମେ ଚେଷ୍ଟା କରୁଛୁ । କିନ୍ତୁ ପ୍ରଥମେ କଠୋର
କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ । ପରେ ପରୀକ୍ଷା ତାରିଖ ଘୋଷଣା ହେବ । ଯେଉଁମାନେ ସ୍ୱଚ୍ଛତାରେ
ପରୀକ୍ଷା ଦେଇଥାନ୍ତେ ସେମାନଙ୍କ ପ୍ରତି ଅନ୍ୟାୟ ହୋଇଛି । ଏନସିଟିଗାଇଡଲାଇନ ଅଛି ଏହି ସ୍ୱତନ୍ତ୍ର ଓଟିଇଟି
ପରୀକ୍ଷା ପାଇଁ । ଏହି ଗାଇଡଲାଇନ୍ ଅନୁସାରେ ପରୀକ୍ଷା ହେବାର ଆବଶ୍ୟକତା ଅଛି ବୋଲି ମନ୍ତ୍ରୀ
ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା