ପୁରୀ ଦଳାଚକଟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉନ୍ନୟନ କମିଶନର
ଭୁବନେଶ୍ୱର, ୩୦ ଜୁଲାଇ (ହି.ସ.) - ରଥଯାତ୍ରା ସମୟରେ ପୁରୀ ଶରଧାବାଲିରେ ଦଳାଚକଟା ଘଟଣା ଘଟଣାରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉନ୍ନୟନ କମିଶନର ଅନୁ ଗର୍ଗ ରିପୋର୍ଟ ପ୍ରଦାନ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉନ୍ନୟନ କମିଶନର ଏହି ରିପୋର୍ଟ ଦେଇଥିଲେ। ତଦନ୍ତ ରିପୋର୍
ପୁରୀ ଦଳାଚକଟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉନ୍ନୟନ କମିଶନର


ଭୁବନେଶ୍ୱର, ୩୦ ଜୁଲାଇ (ହି.ସ.) - ରଥଯାତ୍ରା ସମୟରେ ପୁରୀ ଶରଧାବାଲିରେ ଦଳାଚକଟା ଘଟଣା ଘଟଣାରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉନ୍ନୟନ କମିଶନର ଅନୁ ଗର୍ଗ ରିପୋର୍ଟ ପ୍ରଦାନ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉନ୍ନୟନ କମିଶନର ଏହି ରିପୋର୍ଟ ଦେଇଥିଲେ। ତଦନ୍ତ ରିପୋର୍ଟ ମିଳିଥିବା ବେଳେ ଏବେ କ’ଣ କାର୍ଯ୍ୟାନୁଷ୍ଠାନ ନେବେ ସରକାର ସେନେଇ ଚିନ୍ତା କରିବେ।

ଜୁନ ୨୯ ତାରିଖ ଭୋର ସକାଳୁ ଶରଧାବାଲିରେ ଦଳାଚକଟା ହୋଇଥିଲା। ଏହି ଅପ୍ରୀତିକର ଘଟଣାରେ ମୋଟ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିଲା। ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande