ଭୁବନେଶ୍ୱର,୩୧ ଜୁଲାଇ (ହି.ସ)- ତୃତୀୟ ଦିନରେ ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ -୩ର ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ମାରାଥନ ରେଡ କରୁଛି। ରେଡ ସମୟରେ ଅଶୋକ ପଣ୍ଡାଙ୍କର ବିଭିନ୍ନ ସ୍ଥାନରେ ଫ୍ଲାଟ ରହିଥିବା ଜାଣିବାକୁ ପାଇଛି ଭିଜିଲାନ୍ସ। ତା ମଧ୍ୟରେ ଖୋର୍ଦ୍ଧା ଜଟଣୀ ରୟାଲ ହାବିଟାଟରେ ରହିଛି ଫ୍ଲାଟ, ଡିଏଲଏଫରେ ରହିଛି ସପିଙ୍ଗ ସ୍ପେସ ଏରିଆ, ଗ୍ରେସ ଆପାର୍ଟ ମେଂଟରେ ଫ୍ଲାଟ, କଟକ ଫୁଲ ନଖରା ଗ୍ରାଣ୍ଡ ଆୱାସରେ ଫ୍ଲାଟ, ଉତ୍କଳରେ ଫ୍ଲାଟ, ଭିପୁଲ ଗାର୍ଡେନରେ ଫ୍ଲାଟ ଏବଂ ଆଠଗଡ଼ ରେ ପ୍ଲଟ ରହିଛି ।ଏହାସହ କସମୋପଲିସରେ ବେନାମୀ ଫ୍ଲାଟ ଠାବ କରିଛି ଭିଜିଲାନ୍ସ। ଏସବୁ ସମ୍ପତି ତାଙ୍କ ସମ୍ପର୍କୀୟ ଏବଂ ତାଙ୍କ ନାଁରେ ରହିଛି।
ଗତକାଲି ରେଡ ବେଳେ ଡ଼ୁମଡ଼ୁମାରେ ୪ମହଲା ଘର, ଡ଼ୁମଡ଼ୁମା ହାଉସିଂ ବୋର୍ଡ କଲୋନୀରେ ଏକ ମହଲା ଘର,କସମୋପଲିସରେ ୪ ବିଏଚକେ ଫ୍ଲାଟ, ଉତ୍କଳ ଗ୍ୟାଲେରିଆରେ ଦୁଇଟି ଦୋକାନ, ସିମ୍ଫୋନି ମଲ ରେ ଗୋଟିଏ ଦୋକାନ, ପୁରୀ ଓ ଭୁବନେଶ୍ୱରରେ ୮ଟି ପ୍ଲଟ, ୧ଲକ୍ଷ ୩୩ହଜାର ୫୨୦ ନଗଦ ଟଙ୍କା, ୧୨୫.୩୩୦ଗ୍ରାମ ସୁନା, ୧୧୭.୧୦୦ଗ୍ରାମ ରୁପା,୩୭.୯୭ଲକ୍ଷ ଟଙ୍କାର ବ୍ୟାଙ୍କ ଓ ପୋଷ୍ଟାଲ ଜମା,ଗୋଟିଏ ଚାରି ଚକିଆ ଗାଡି ଏବଂ ୨୧ଲକ୍ଷ ଟଙ୍କାର ଘର ସାମଗ୍ରୀ ମିଳିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା