ମାଲକାନଗିରି, ୪ ଜୁଲାଇ (ହି.ସ.)ମାଲକାନଗିରି ଜିଲ୍ଲା ବାଲିମେଳା ବନ ବିଭାଗ ପକ୍ଷରୁ ଶୁକ୍ରବାର ୭୬ ତମ ବନ ମହୋତ୍ସବ ପାଳନ କରାଯାଇଛି। ବାଲିମେଳା ବନାଞ୍ଚଳ ଅଧିକାରୀ ଲିପ୍ସିତା କଅଁରଙ୍କ ନିର୍ଦ୍ଧେଶ କ୍ରମେ ବାଲିମେଳା ବନପାଳ ମୋହନ ଗୁଡ଼ିଆଙ୍କ ନେତୃତ୍ୱର ଶୁକ୍ରବାର ବାଲିମେଳା ସହରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଡ୍ରଗ ଲାଇନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୬ ତମ ବନ ମହୋତ୍ସବ ପାଳନ କରାଯାଇଛି। ଏହି ଅବସରରେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶୀଳା ହିଆଲ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରୀ ଛାତ୍ର ଏବଂ ବନ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ବିଦ୍ୟାଳୟ ପରିସରରେ ଆମ୍ବ,ପଣସ, ପିଜୁଳି, ଅଁଳା, କଦମ୍ବ, ନିମ୍ୱ ସମେତ ବହୁ ଔଷଧିୟ ଗଛ ଲଗାଯାଇଛି। ଏହା ପରେ ସହରର ଡ୍ରଗ ଲାଇନରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ରାଉତ, ସିଆରସିସି ପ୍ରଦ୍ୟୁମ୍ନ ସ୍ୱାଇଁ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରୀ ଛାତ୍ର ଏବଂ ବନ ବିଭାଗର ବନରକ୍ଷୀ ପ୍ରଶାନ୍ତ କୁମାର ରାଉତ, ଜୋଶ୍ନା ପଣ୍ଡା ଓ ଅନ୍ୟ କର୍ମଚାରୀଙ୍କ ମିଳିତ ସହଯୋଗରେ ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ