ଜୟପୁର 4 ଜୁଲାଇ (ହି.ସ.)ଆସନ୍ତା ଶନିବାର ଏବଂ ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା କୋରାପୁଟ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ସରକାରୀ ଓ ସାମାଜିକ କାର୍ଯ୍ୟାକ୍ରମରେ ଯୋଗଦେବା ରହିଛି । ଏହିପରି ଆସନ୍ତା ରବିବାର କେନ୍ଦ୍ରୀ ମନ୍ତ୍ରୀ ଶ୍ରୀ ପ୍ରଧାନ ଜୟପୁର ଗସ୍ତର କାର୍ଯ୍ୟକ୍ରମ ରହିଛି । ତେଣୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଗସ୍ତ ପୂର୍ବରୁ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କୋରାପୁଟ ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝି ପ୍ରମୁଖ ମନ୍ତ୍ରୀ ଗସ୍ତ କାର୍ଯ୍ୟକ୍ରମ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ପରେ ପାଠ୍ୟକ୍ରମ ପାଇଁ ଅସ୍ଥାୟୀ ଭବନ ବୁଲି ଦେଖିବା ସହ ରାସ୍ତାଘାଟ ସଫେଇ ଏବଂ ଅନ୍ୟାନ୍ୟ କାର୍ଯ୍ୟବ୍ୟବସ୍ଥାର ସମୀକ୍ଷା କରିଥିଲେ । ଏହି ଅବସରରେ ଜୟପୁର ଉପଜିଲ୍ଲାପାଳ ଏ.ଶଶ୍ୟା ରେଡ୍ଡି ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ସେହିପରି ଅପରାହ୍ନରେ କୋରାପୁଟ ଜିଲ୍ଲାପାଳ ଭି.କିର୍ତ୍ତି ଭାସନ ପ୍ରଥମେ ବିଦ୍ୟାଳୟର ଅସ୍ଥାୟୀ ଭବନ ପରିଦର୍ଶନ ସହ ସମସ୍ତ ନିର୍ମାଣ କାର୍ଯ୍ୟ ଆସନ୍ତା ଶନିବାର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବିଦ୍ୟାଳୟ ପରିସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଥିବା ନେଇ ସ୍ଥାନ ଚିହ୍ନଟ କରିଥିଲେ । ଏହିପରି ନୂତନ ବିଦ୍ୟାଳୟ ପଚାରେ ନିକଟରେ ରହିଥିବା ଉଠା ଷ୍ଟଲଗୁଡିକକୁ ଉଚ୍ଛେଦ କରାଯାଇଛି । କେନ୍ଦ୍ର ମନ୍ତ୍ରୀଙ୍କୁ ଏକ ବାଇକ ପଟୁଆରରେ ବାରିଣିପୁଟ ଠାରୁ ଗାନ୍ଧୀଛକ , ବାଇପାସ ରାସ୍ତା ଦେଇ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ କୋଠା ଠାରେ ପହଞ୍ଚିବେ । ସେଠାରେ ନୂତନ ପାଠ୍ୟକ୍ରମ ଶୁଭାରମ୍ଭ ନେଇ ଭବନର ଉଦଘାଟନ ପରେ ପୁଣି ବାଇପାସ ରୋଡ, ପାୱାର ହାଉସ ଏବଂ ଗ୍ଲୋକାଲ ଚିକିତ୍ସାଳୟ ଦେଇକେନ୍ଦ୍ରୀୟ ଭବନ ସ୍ଥାୟୀ ଭବନର ନିର୍ମାଣ ନେଇ ଭତ୍ତିପ୍ରସ୍ତର ସ୍ଥାପନ ନେଇ ଚିହ୍ନଟ ଜମି ନିକଟରେ ପହଞ୍ଚି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେଠାରୁ ପୁଣି ଜଗନ୍ନାଥ ସାଗର ବାଇପାସ ରୋଡ ଦେଇ ବିକ୍ରମଦେବ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ତେଣୁ ରାସ୍ତାରେ ଖାଲ ଗୁଡିକକୁ ଅସ୍ଥାୟୀ ଭାବେ ସିମେଣ୍ଟ କଂକ୍ରିଟ ଦିଆଯାଇ ବନ୍ଦ କରାଯାଇଛି । ସେହିପରି ନୂତନ ସ୍ଥାୟୀ କୋଠା ନିର୍ମାଣ ସ୍ଥଳ ରାସ୍ତାର ମଧ୍ୟ ମରାମତି କରାଯାଇଛି । ଏହିପରି ବଳକା କାର୍ଯ୍ୟଗୁଡିକ ତୁରନ୍ତ ଶେଷ କରିବା ନେଇ ଜିଲ୍ଲାପାଳ ଶ୍ରୀ ଭାସନ କଡା ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଉପଜିଲ୍ଲାପାଳ ଏ.ଶଶ୍ୟା ରେଡ୍ଡି, ସହକାରୀ ଜିଲ୍ଲାପାଳ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂଜା ରାଉତି, ବିଡିଓ ଶକ୍ତି ମହାପାତ୍ର, ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ, ପୌର ଯନ୍ତ୍ରୀ ଅଜୟ କୁମାର ଜାନୀ, କନିଷ୍ଠ ଯନ୍ତ୍ରୀ ଚୈତନ୍ୟ ବାସ୍କେ, ପ୍ରତାପଚନ୍ଦ୍ର ଆଚାର୍ଯ୍ୟ, ଅନ୍ୟାନ୍ୟ ସରକାରୀ କର୍ମଚାରୀ, ଠିକାଦାର ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି