ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବ୍ୟାପକ ସ୍ଵାସ୍ଥ୍ୟସେବା ବ୍ୟବସ୍ଥା
ଭୁବନେଶ୍ୱର/ପୁରୀ, 5 ଜୁଲାଇ (ହି.ସ.)- ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବ୍ୟାପକ ସ୍ଵାସ୍ଥ୍ୟସେବା ବ୍ୟବସ୍ଥା କରାଯାଇଛି । ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ବାହୁଡ଼ା, ସୁନାବେଶ ଏବଂ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲୁରହିଛି । ପୁର
ଶ୍ରୀକ୍ଷେତ୍ରରେ     ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବ୍ୟାପକ ସ୍ଵାସ୍ଥ୍ୟସେବା ବ୍ୟବସ୍ଥା


ଭୁବନେଶ୍ୱର/ପୁରୀ, 5 ଜୁଲାଇ (ହି.ସ.)- ଶ୍ରୀକ୍ଷେତ୍ର

ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବ୍ୟାପକ ସ୍ଵାସ୍ଥ୍ୟସେବା ବ୍ୟବସ୍ଥା କରାଯାଇଛି । ସ୍ନାନ

ପୂର୍ଣ୍ଣିମା ଠାରୁ ଆରମ୍ଭ କରି ବାହୁଡ଼ା, ସୁନାବେଶ ଏବଂ ନିଳାଦ୍ରୀବିଜେ

ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲୁରହିଛି । ପୁରୀ ଏବଂ ଆଖପାଖ ଅଞ୍ଚଳରେ ସଂକ୍ରମଣ ରୋଗର ପ୍ରତିରୋଧ ପାଇଁ ମଧ୍ୟ ବିଭିନ୍ନ ବିଭାଗମାନଙ୍କ ଦ୍ଵାରା

କ୍ଷେତ୍ର ସ୍ତରୀୟ ସମନ୍ଵୟରେ ବ୍ୟାପକ ସଚେତନତା ଓ ପରିମଳ କାର୍ଯ୍ୟ ଚାଲୁରହିଛି ।

ଚଳିତ ବର୍ଷ ପୁରୀ

ସଦର ମହକୁମାରେ ୨୬୫ ଟି ନୂଆ ବେଡ୍ ସ୍ଥାପନ କରାଯାଇଛି । ଏହି ବେଡ୍ କୁ ମିଶାଇ ପୁରୀ ଜିଲ୍ଲା

ମୁଖ୍ୟ ଚିକିତ୍ସାଳୟରେ ୬୦୧ ବେଡ୍ ସହ ୨୭ ଆଇ.ସି.ୟୁର ବ୍ୟବସ୍ଥା କରାଯାଇଛି । ବଡ଼ଦାଣ୍ଡ, ସମୁଦ୍ରକୂଳ ସହ ପୁରୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଗୁଡ଼ିକର ଗୁରୁତ୍ଵପୂର୍ଣ୍ଣ ସ୍ଥାନ

ମାନଙ୍କରେ ୬୯ଟି ଫାଷ୍ଟଏଡ୍ କେନ୍ଦ୍ର(ସରକାରୀ

-୩୨, ସ୍ୱେଚ୍ଛାସେବୀ-୩୭)

ଖୋଲାଯାଇଛି । ଏହି କେନ୍ଦ୍ର ମାନଙ୍କରେ ଡାକ୍ତର, ପାରମେଡିକସ୍ ଏବଂ

ସହାୟକ କର୍ମଚାରୀମାନେ ୨୪ ଘଣ୍ଟିଆ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ସହରର ସବୁ

ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ୭୪ ଟି ଜରୁରୀକାଳୀନ ଆମ୍ବୁଲାନ୍ସ(ସରକାରୀ-୩୧, ସ୍ୱେଚ୍ଛାସେବୀ- ୪୩) ରଖାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ

ଅଧିକାରୀଙ୍କ ତତ୍ତ୍ୱାବଧାନରେ ୩୭୧ ଜଣ ଡାକ୍ତର, ସ୍ପେସାଲିଷ୍ଟ, ୪୦୪ ଜଣ ପାରାମେଡ଼ିକସ୍ ଏବଂ ୩୭୦ ଜଣ ସହାୟକ ଷ୍ଟାଫ୍ ଭକ୍ତ, ଶ୍ରଦ୍ଧାଳୁ ଏବଂ ଜନସାଧାରଣଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ୨୪ ଘଣ୍ଟିଆ

ଭିତ୍ତିରେ ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିଛନ୍ତି । ଏହାଛଡା ରାପିଡ୍ ରେସପନସ୍ ଟିମ୍ ମାନ ଗଠନ

କରାଯାଇଛି ଯେଉଁ ମାନେ ଆବଶ୍ୟକ ମାତ୍ରେ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ।

ସମ୍ଭାବ୍ୟ ସଂକ୍ରାମକ ରୋଗର

ପ୍ରତିରୋଧ ନିମନ୍ତେ ପୁରୀ ପୌରପାଳିକା ଏବଂ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କ ମିଳିତ

ପ୍ରଚେଷ୍ଟାରେ ପରିମଳ ଓ ସଚେତନତା କାମକୁ ଅଧିକ ସଘନ କରାଯାଇଛି ।

ଖାଦ୍ୟ ନିରାପତ୍ତା

ଟିମ୍ ମାନେ ଖାଦ୍ୟ ଦ୍ରବ୍ୟ କାରବାର ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ସ୍ନାନ ପୂର୍ଣ୍ଣିମା ରୁ

ଆଜି ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଖାଦ୍ୟ ନିରାପତ୍ତା ଟିମ୍ ମାନେ ୧୦୩୦ ଟି ସ୍ଥାନରେ ଚଢ଼ାଉ

କରିଛନ୍ତି । ଏମାନଙ୍କ ମଧ୍ୟରୁ ୧୫ ଟି ପାଣି ବୋତଲ ତିଆରି ପ୍ଲାଣ୍ଟ , ୨୦୨ ହୋଟେଲ, ୮୧୩ ବୁଲା ବିକାଳୀ/ରାସ୍ତା କଡ ଦୋକାନୀ ଅନ୍ତର୍ଭୁକ୍ତ । ଏହି ଚଢାଉ

ମାଧ୍ୟମରେ ଖାଦ୍ୟ ନିରାପତ୍ତା ଟିମ୍ ମାନେ ୨୩୪୮ କିଲୋ ଦୂଷିତ ଖାଦ୍ୟ ଜବତ କରି ନଷ୍ଟ କରିବା ସହ

୧ ଲକ୍ଷ ୨ ହାଜର ୪୦୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ବିଭାଗ ଶାସନ ସଚିବ ଅଶ୍ଵତୀ ଏସ୍. ଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ପୁରୀରେ ଉପସ୍ଥିତ ରହି

କ୍ଷେତ୍ରସ୍ତରୀୟ ସ୍ଵାସ୍ଥ୍ୟସେବା କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande