ସମ୍ବଲପୁର, ୫ ଜୁଲାଇ (ହି.ସ.)- ସମ୍ବଲପୁର ଜିଲ୍ଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ମିଳିଛି ଜାତୀୟ ଗୁଣବତ୍ତା ନିଶ୍ଚିନ୍ତତା ମାନ (ନ୍ୟାସନାଲ କୋୟାଲିଟି ଏଶିଓରେନ୍ସ ଷ୍ଟାଣ୍ଡାର୍ଡ ସାର୍ଟିଫିକେଟ । ଜିଲ୍ଲାର କୁଚିଣ୍ଡା ବ୍ଲକ ଗୋପାଳପାଳି ଉପ ସ୍ବାସ୍ଥ୍ୟକେନ୍ଦ୍ର ଓ ମାନେଶ୍ଵର ବ୍ଲକର ତବଲା ଉପ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିଛି ଏହି ସମ୍ମାନ l ସୂଚନା ଥାଉ ଯେ, ଏହି ସାର୍ଟିଫିକେଟ ସାତୋଟି ବିଭାଗରେ ଉତ୍ତମ ପ୍ରଦର୍ଶନ କରିବା ପରେ ମିଳିଥାଏ । ବିଶେଷ କରି ଉତ୍ତମ ରୋଗୀ ସେବା, ଡାକ୍ତରଖାନା ପରିସରରେ ପରିଷ୍କାର ପରିଚ୍ଛନତା ଓ ଜୈବବସ୍ତୁ ପରିଚାଳନାକୁ ତର୍ଜମା କରାଯାଇଥାଏ । ଏହାକୁ ପରୀକ୍ଷା କରିବାକୁ ପ୍ରଥମେ ରାଜ୍ୟସ୍ତରୀୟ ଦଳ ଆସିଥାନ୍ତି ଓ ସେଥିରୁ ଉତୀର୍ଣ୍ଣ ହେଲେ ଜାତୀୟ ସ୍ତର ଦଳ ଆସିଥାନ୍ତି । ଗତ ଜୁନ୍ ୯ ଏବଂ ୧୦ ତାରିଖ ଦିନ ଜାତୀୟ ଦଳ ସମ୍ବଲପୁରରେ ପହଞ୍ଚି ଏହି ପରୀକ୍ଷା କରିଥିଲେ । ଏଥିରେ ସଫଳତାର ସାର୍ଟିଫିକେଟ ପାଇବା ପାଇଁ ଗୋପାଲପାଲି ଉପ ସ୍ବାସ୍ଥ୍ୟକେନ୍ଦ୍ରର ସିଏଚ୍ଓ ଓ ଏମପିଏଚଡବ୍ଳୁ (ଏଫ୍) ମାନେଶ୍ଵର ବ୍ଲକର ତବଲା ଉପ ସ୍ବାସ୍ଥ୍ୟକେନ୍ଦ୍ର ସିଏଚଓ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ସିଡିଏମଓ ଏବଂ ପିଏଚ୍ଓଙ୍କ ତତ୍ୱାବଧାନରେ ସ୍ୱାସ୍ଥ୍ୟ ବିଭାଗର ଗୋଷ୍ଠୀ ଓ ଜ଼ିଲ୍ଲାସ୍ତରୀୟ ସମସ୍ତ କର୍ମକର୍ତା ଏବଂ ଲାଇନ୍ ଡିପାର୍ଟମେଣ୍ଟ ସହଯୋଗ କରିଥିଲେ । ଏହି ସଫଳତା ପାଇଁ କ୍ୱାଲିଟି ମ୍ୟାନେଜେର ଵୈଷାଳିନୀ ସାହୁ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ